ଓଡ଼ିଶାରେ ଏବେ ଓଡ଼ିଆ ଭାଷାର
ସନମାନ କମୁଅଛି,
ଠାଏ ଠାଏ ଅଛି ଯେ ଓଡିଆ ସ୍କୁଲ
ଇଂରାଜୀ ମାନ ବଢୁଛି ।

ପିଲାଏ ପଢୁଛନ୍ତି ଇଂରାଜୀ ପାଠ
ଓଡ଼ିଆ ପଢ଼ନ୍ତି ନାହିଁ,
ଓଡ଼ିଆ ହୋଇବି ଓଡ଼ିଆ ଭାଷାର
ଆଦର କରନ୍ତି ନାହିଁ ।

କଥା କଥାକେ ଖଣ୍ଡିଆ ଇଂରାଜୀ
ସମସ୍ତେ କହୁଛନ୍ତି,
ପିଲାମାନେ ଏଠି ବାପା ମାଆ ଛାଡ଼ି
ଡାଡ,ମମ ଡାକୁଛନ୍ତି ।

ଧୋତି, କୁର୍ତ୍ତା ଛାଡ଼ି ସୁର୍ଟ ସାର୍ଟ ଆଉ
କୋଟ ,ବୁଟୁ ପିନ୍ଧୁଛନ୍ତି ,
ବିଦେଶୀପାନୀୟପେଟେପେଟେ ପିଇ
ଇଂରାଜୀ ଗାଳି କରନ୍ତି ।

ମନ୍ଦିର ନଯାଇ କ୍ଲବ ଯାଉଛନ୍ତି
ଗାଆ ନ୍ତି ଅଶ୍ଳୀଳ ଗୀତ,
ସଲୱାର ,ଶାଢ଼ୀ ପିନ୍ଧା ଛାଡ଼ି ନାରୀ
ପିନ୍ଧନ୍ତି ଖଣ୍ଡିଆ ବସ୍ତ୍ର ।
ନମସ୍କାର ଛାଡ଼ି ହାଲୋ ହାଏ ଆଉ
କଗ୍ରାଚୁଲେଟ କରନ୍ତି,
ଜାଣି ଶୁଣି ନିଜ ମାଟି ମାଆ ର
ଅପମାନ କରୁଛନ୍ତି ।


ରଚନା : ସରସ୍ବତୀ ପଣ୍ଡା

ଠିକଣା : ମଙ୍ଗଳପୁର, ଯାଜପୁର, କନିକପଡା,  ଦୂରଭାଷ : 7608940823