ସବୁ ଅଛି ହେଲେ କିଛି ନାହିଁ,
ମୌସୁମୀ ଆସିଛି ହେଲେ ବର୍ଷା ନାହିଁ
ମନରେ ପ୍ରେମ ଅଛି ହେଲେ ପ୍ରେମିକା ନାହିଁ
ରଜ ଅଛି ହେଲେ ମଉଜ ନାହିଁ,
ମାତୃଭାଷା ଅଛି ହେଲେ ଭାଷା ପ୍ରୀତି ନାହିଁ
ଟିଭି ରେ ନ୍ୟୁସ ଛି ହେଲେ ଖବର ନାହିଁ
ଭଣ୍ଡାର ଅଛି ହେଲେ ଚାବି ନାହିଁ
କେଶ ଅଛି ହେଲେ ରିପୋର୍ଟ ନାହିଁ,
ସତ କଥା ହେଲା
ରାଜ୍ୟ ଅଛି ହେଲେ ଶାସନ ନାହିଁ
ମନ୍ତ୍ରୀ ଅଛି ହେଲେ ପାୱାର ନାହିଁ,
ବିଲ ଆସୁଛି ହେଲେ ଇଲେକ୍ଟ୍ରି ନାହିଁ,
ଗାଡି ଅଛି ହେଲେ ପେଟ୍ରୋଲ ନାହିଁ,
ଦରମା ମିଳୁଛି ହେଲେ ପାଉନାହିଁ
ବେଗ ଅଛି ହେଲେ ପରିବା ପୁରୁନାହିଁ
ସବୁ ଅଛି ହେଲେ କିଛି ନାହିଁ
ସବୁ ଅଛି ହେଲେ କିଛି ନାହିଁ - ମହାଗାଲୁଆ ସନୁ
June 23, 2018
0
