ତୁମରି ଓଠର ହସ - ସିଦ୍ଧେଶ୍ୱର ତ୍ରିପାଠୀ

0
ତୁମରି ଓଠର ହସ
କଲାମୋତେ ବେହୋସ
ବଦଳିଲା ମୋ ଦୁନିଆଁ
ପାଇ ତୁମ ପରଷ
ଅବୁଝା ଏ ମନ ଝୁରେ
ଯାଅନି ଘଡ଼ିଏ ଦୁରେ ଆସ ଆସ
ତୁମରି ଓଠର ହସ - - - -

ଆକାଶେ ଉଡୁଛି ଆଜି
ସାଜି ପ୍ରେମ ପକ୍ଷୀ
ସବୁ ଖୁସି ପାଇଯାଏ
ତୁମକୁ ମୁଁ ଦେଖି
ଭଲମୁଁ ପାଉଛି ଏତେ
ଛନ୍ଦିତ ଦେଇଛି ମୋତେ
ପ୍ରେମର ଫାଶ
ତୁମରି ଓଠର ହସ- - - -


ତୁମ କଥା ସବୁ ଲାଗେ
ମହୁଠାରୁ ମିଠା
ତୁମ ତେରେଛା ନଜର
ଲଗାଏ ପ୍ରେମ ଛିଟା
ତୁମେ ଋଷି ଚାଲିଗଲେ
ଏଇମୋ ମନ ଦୋହଲେ
ଲାଗେ ସବୁ ବିଷ ବିଷ
ତୁମରି ଓଠର ହସ - - - -

ଭିଜେଇଛ ତୁମେ ମୋତେ
ମନ କଥା ଜାଣି
କେବେ ଆସିବ ଘରକୁ ମୋର
ଟାଣି ମଥାରେ ଓଢଣୀ
ସିଂଥିରେ ନାଇ ସିନ୍ଦୁର
ପୂର୍ଣ କରିଦେବ ମୋର ଅଭିଳାଷ
ତୁମରି ଓଠର ହସ- - - -






ସମ୍ପାଦକ, କବିର ଘର,
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା,
ମୋ- 8018646704

Post a Comment

0Comments
Post a Comment (0)