ହେ ନୀଳାଦ୍ରି ନାୟକ
ବଡ଼ ଦେଉଳ ର ବଡ ଦିଅଁ ତୁମେ
ତୁମେ କି ଶୁଣିବ ଗରୀବ ଡାକ ।।
ଜରାଜୀର୍ଣ୍ଣ ମୋର ଭଙ୍ଗା କୁଡିଆ
ଦିନରେ ସୂରୁଯ ରାତିରେ ତାରା
ଦୀନ ଦାରିଦ୍ର୍ୟତା ଭରିଦେଲ ପୁଣି
ଦାଉ ସାଜଇ ମୋ ପେଟର ଭୋକ
ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।।
ଅସହ୍ୟ ଯନ୍ତ୍ରଣା ଦୁଃଖ ଆବର
ସହି ସହି ଏବେ ତୁଠ ପଥର
ଜୀବନ ଜଞ୍ଜାଳ ଭିତରେ ଏମିତି
କଟିଲାଣି ଆସି ଜୀବନ ଯାକ
ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।।
ତୁମ ଭରଷା ରେ ଚାଲିଲି ବାଟ
ଅଧାବାଟ ନେଇ ଛାଡ଼ିଲ ହାତ
ବାଟ ମଝିଟାରେ ହାତ ଛାଡ଼ିଦେଇ
କିଲାଭ ପାଇଲ କଳା ଶ୍ରୀମୁଖ
ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।।
ମୋ ଫଟା କପାଳେ ନିଷ୍ଠୁର ବିହି
କି ଦୋଷେ ଅବା ସେ ଦେଇଛି ଲିହି
ଆଖି ଲୁହରେ ମୋ ଛାତି ଭିଜିଯାଏ
ଅଭାବେ ହଜଇ ବୁଦ୍ଧି ବିବେକ
ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।।
ତଥାପି ତୁମର ରଙ୍ଗା ପୟରେ
ମନ ପ୍ରାଣ ଢାଳି ସିଂହ ଦୁଆରେ
ହାତ ପାଦ ଯୋଡି ଡାକଇ ପ୍ରଫୁଲ୍ଲ
ଡାକ ଶୁଣ ବାରେ ବିଶ୍ବ ପାବକ
ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।।
ମଙ୍ଗଳାଯୋଡି, ଖୋରଧା
