ମାଆ (ଭାଗ-୨) - ପ୍ରୀତିପ୍ରିୟା ମହାନ୍ତି

0
ମା' ତ ମା' ବସୁଧା ମା'
ତୋ ପରି କେହି ନାହିଁ,
ଅଭାବ ସବୁ ପୂରୁଛୁ ତୁହି
ଇଚ୍ଛାକୁ ଆମ ଚାହିଁ।

ପଞ୍ଚଭୂତ ଅଟଇ ଗଢ଼ା
ତୋହରି ଉପସ୍ଥିତେ,
ଆତଯାତ ହୁଏ ତୋ'ପରେ
ସକଳ ପ୍ରାଣୀ ଯେତେ।

ଭାତ,ତିଅଣ,ଜାମା ଦରବ
ପାଉଛୁ ତୋ ପାଇଁ,
ତୋ ପରିକା ଦ୍ୱିତୀୟ କେହି
ଏ ଜଗତେ ନାହିଁ।

ତୋ ଉପରେ ଚାଲି ଶିଖିଲୁ
ଛାତିରେ ରଖି ପାଦ,
ସର୍ବଂସହା ସାଜିଛୁ ତୁ ମା'
ନାହିଁ ତୋ ପାଖେ ବାଦ।

ତୋ ଉପରେ ସୁପ୍ରାସାଦ
ହଉଛି ଦଣ୍ଡାୟମାନ,
ସବୁ ସହି ମା' କେମିତି ତୁ
ହୋଇଛୁ ବିଦ୍ୟମାନ।

ଉପରେ ତୋର ଖୋଳି ବିଦାରି
ଚାଷୀ କରୁଛି ଚାଷ,
ତଥାପି ମା' ଲୋ ନୀରବ ତୁହି
ନାହିଁ ତୋ ରାଗ ,ରୋଷ।

କରିଲେ ଯେତେ ଉପକାର ବି
ମଣିଷ ବୁଝେ ନାହିଁ,
ମାଟି ମା'ର କ୍ଷୟ ପାଇଁକି
ସେ ହିଁ ଏକା ଦାୟୀ।

ସଭିଏଁ ମିଶି ଶପଥ ନେବା
ହୋଇ ଏକ ପ୍ରାଣ,
ମାଟି ମା'ର ଯତନ କରି
କରିବା ସରଂକ୍ଷଣ।

Post a Comment

0Comments
Post a Comment (0)