ହେଲାଣି ହେଲାଣି ବେଳ ଉଛୁର
ରଥ ଚଢ଼ ବେଗେ କମଳା ବର (୦)
ପଣ୍ଡା ପଡ଼ିହାରୀ ଅଛନ୍ତି ସଜ
ଅସଂଖ୍ୟ ଭକତ ଭାବକୁ ହେଜ
ଭାଇ ଭଉଣୀ ସଙ୍ଗତେ ବାହାର (୧)
ଗଡ଼ି ତ'ଯାଉଛି ପହଣ୍ଡି ବେଳା
ରସିକ ଭକ୍ତ ଅଧିରେ ବାଉଳା
ଦର୍ଶନେ ଶ୍ରୀମୁଖ ଚାନ୍ଦ ତୁମର (୨)
ଟାଣିବାକୁ ତୁମ ରଥର ଡୋରୀ
ଲାଗିଛି କେତେ ଟଣା ଓଟରୀ
ଉତ୍ସବ ମୁଖର ସାରା ସଂସାର (୩)
କୁଶମେଲ, ଝାରସୁଗୁଡ଼ା
