ଅରୁକ୍ଷ କାବ୍ୟ ରୁ "ଙ" ଚମ୍ପୁ - ହେମନ୍ତ କୁମାର ବରାଇ

0
ରାଗ - ମୁଖାବରୀ

ନକୁଳାକୁଳ କି ସ୍ରୁଜି,ନନ୍ଦିତ ବିଶୀର୍ଣ୍ଣ ହେଜି ାା୧ାା
ନଗାରୀ ଙ୍କୁ ବିସଙ୍କୁଳ,ନୟେ ଦେବାଦି ଆକୁଳ ାା୨ାା
ନଗନନ୍ଦିନୀ ଦୟିତ,ନଗଣ୍ୟ ନୁହେଁ ସେ ମତ ାା୩ାା
ନାଶିବା ପ୍ରାରମ୍ଭ ହେବ,ନମିଲେ ଅଶିବେ ଦେବ ାା୪ାା
ନର୍ମ ତ୍ରିପୁରେ ବିରାଜ,ନଗନ୍ୟ ନୁହଇ ତେଜ ାା୫ାା
ନମନ୍ତି ଦେବତା କୁଳ,ନଗଜା ପଦ ଯୁଗଳ ାା୬ାା
ନକୁଳାରି ବିଭୂଷଣ,ନନ୍ଦୀ ଯାହାଙ୍କ ବାହନ ାା୭ାା
ନଗେନ୍ଦ୍ର-ସୂତା ବଲ୍ଲଭ,ନମସ୍ୟ ହେ ମହାଦେବ !!୮!!
ନବରସୁ ରୌଦ୍ର ନାଶ,ନମ୍ରତା ହ୍ରୁଦୟେ ବାସ ାା୯ାା
ନମନ ପ୍ରଭୋ ! ଚରଣେ,ନନ୍ଦିତ କର ଜୀବନେ ାା୧୦ାା
ନିବେଦନ କୁ ପ୍ରକାଶି,ନେହୁରା ହେବା ଆଶ୍ୱାସି ାା୧୧ାା
ନିରେଖିଲେ ଅଗ୍ନୀ ମୁଖ,ନିର୍ଦ୍ଧିଷ୍ଟ କରିବେ ଦୁଃଖ ାା୧୨ାା
ନିର୍ଜରଗଣ ଆକୁଳେ,ନିରାଶେ ସ୍ତୁତି ଯେ କଲେ ାା୧୩ାୀ




ଗ୍ରା/ପୋ-ରୁଷୁଡା,ବରଗଡ

Post a Comment

0Comments
Post a Comment (0)