ତମେ ନିଶବ୍ଦ ନିଶିର ସ୍ବପ୍ନ ପାଲିଙ୍କିର
ବିଚଳିତ ସ୍ବପ୍ନ ଟିଏ
ମୁଁ ନିରୁତ୍ତର ସାଜି ରାତି ଉଜାଗରେ
ତୁମ ମୁହଁ ଦେଖୁଥାଏ !!
ତମେ ଶରତ ସକାଳ କୁହୁଡ଼ି ସାଜିଣ
ଢାଙ୍କିଦେଲ ସାଥୀ ମୋତେ
ମୁଁ ସ୍ୱଳ୍ପ ସମୟର ଶିଶିର ମୋତିଯେ
ଲୀନ ହେଲି ରବି ସ୍ପର୍ଶେ !!
ତମେ ମଳୟ ବୁକୁରେ ସୁଲୁ ସୁଲୁ ବହି
ଛୁଇଁ ଯାଉଥିଲ ଦେହ
ମୁଁ ନୟନ ନୀରରେ ମୁଖ ପଖାଳିଣ
ପିଉ ଥିଲି ଆଖି ଲୁହ !!
ତମେ ସଞ୍ଜ ଗଗନର ମିଞ୍ଜି ମିଞ୍ଜି ତାରା
ଦେଖା ଦେଇ ଗଲ ଲୁଚି
ମୋର ଗୋଧୂଳି ବେଳାର ଝାପ୍ସା ଆଲୁଅ ଗୋ
ତୁମକୁ ଖୋଜୁଛି ନିତି.... !!
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
ଅନୁରାଗୀ - ପବିତ୍ର କୁମାର ନାୟକ
May 06, 2018
0
