ତୋ'ବିନା - ସନ୍ତୋଷ ପଟ୍ଟନାୟକ

0
କର୍ତ୍ତବ୍ୟରେ ବନ୍ଧା ହସ୍ତପଦ ମୋର
ଗାଉଛି ଜୀବନ ଗୀତି
ତୋ'ବିନା ମୋହର ବାକି ଆୟୁଷଟା
ଦୀର୍ଘ ଅନ୍ଧକାର ରାତି....

ଅତୀତ ଭାସୁଛି ସମୟ ସ୍ରୋତରେ
ମୁଠାଏ ଆଶାକୁ ଧରି
କର୍ମ ଜଞ୍ଜାଳରେ ଦିନସରେ ସିନା
ରାତି ବିତେ ସ୍ମୃତି ସ୍ମରି....

ତୁମ ସୁଖ ପାଇଁ ଶୁଭ ମନାସୁଛି
ଛାତିକୁ ପଥର କରି
ଜୀବନ ସଳିତା ତେଜୁଛି ନିଇତି
ବିରହ ନିଆଁକୁ ଧରି....




ସନ୍ତୋଷ ପଟ୍ଟନାୟକ,
ତିରିଡା, ବେଗୁନିଆପଡା ବ୍ଳକ୍, ଗଞ୍ଜାମ

Post a Comment

0Comments
Post a Comment (0)