ସରୁଛି ଆୟୁଷ ତୋର
କାହାଲାଗି ଧନ ବାନ୍ଧିଛୁ ବଟୁଆ
ଆସି ଗଲାଣି ସେ ବେଳ !!
ମିଛ ମାୟା ଏଇ ସଂସାରଟା ଦିନେ
ଦେଇଯିବ ବାବୁ ଧୋକା
ସକାଳ ସୂରୁଜ ସଞ୍ଜ ଆକାଶରେ
ମଉଳି ଯିବରେ ଏକା !!
ଛଟ ପଟ ହେଉ ସୀମିତ ଜୀବନେ
କେହି ନୁହେଁ ଏଠି ତୋର
ପୀରତି ଜାଲରେ ଛନ୍ଦିହୋଇ ଧନ
କହୁଅଛୁ ମୋର ମୋର !!
ହୃଦୟର ଯେଉଁ ସିନ୍ଦୁକ ଭିତରେ
ସାଇତି ଅଛୁରେ ସ୍ମୃତି
ଆଖି ବୁଜିଦେଲେ ଘୋର ଅନ୍ଧାରରେ
ପାଲଟିଵ ସବୁ ସ୍ମୃତି !!
ଯାହାକୁ ଧନରେ ଗେହ୍ଲ ବସରରେ
ପାଳିଥିଲୁ ଛାୟା ତଳେ
ବୃଦ୍ଧାଶ୍ରମେ ତୋତେ ଛାଡିବରେ ଧନ
ନଦେଖିବ ଆଉ ଭଲେ !!
ଜରାଜୀର୍ଣ୍ଣ ତୋର ଶରୀରକୁ ଦେଖି
କହିବେରେ କେତେ କଥା
ଆଖି ଯେତେ ତୋର ଛଳ ଛଳ ହେଲେ
ବୁଝିବେନି କେହି ବ୍ୟଥା !!
ଦଣ୍ଡେ ନଦେଖିଲେ ପାଗଳ ପରିକା
ଖୋଜୁଥିଲୁ ଯାହା ମୁହଁ
ଜରା ନିବାସରେ କହିବରେ ତୋତେ
କୋଉ କୂଳକୁତୁ ନୁହଁ !!
ବଞ୍ଚି ଥାଉ ଥାଉ ମାରିଦେବେ ତୋତେ
ଶରୀର ତୋପାଇଁ ବୋଝ
ମରିବା ଆଗରୁ ନିତି ମରୁଥିବୁ
ନଲାଗିବ ଟିକେ ଲାଜ !!
ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ, ଗଞ୍ଜାମ
