ବୈଶାଖ - ଅଧ୍ୟାପିକା ସସ୍ମିତା ମିଶ୍ର

0

ବୈ = ବୈରାଗର ପ୍ରଚାରକ ସାଜି
ଶୁଷ୍କ କରି ଧରା ବକ୍ଷ ଆତପେ ଵିରାଜି
କି ବାରତା ଦେଉରେ ବୈଶାଖ
ତୋ ପରିକା ଶୁଖିଯାଉ ଜନମନ ମାନ
ପ୍ରେମ ପାଇଁ ତା ହିଆରେ ତିଳେ ନାହିଁ ଥାନ
ବରଷୁ ଅନଳ ସଦା ନୟନୁଁ ତାହାର
ଭସ୍ମ ହେଉ ଅବଳ।ର ଭାବ ପ୍ରୀତି ଘର ॥୧॥



ଶା = ଶାଗୁଆ ପାଟପତନି ପଣତରେ ରଙ୍ଗର ବିଭବ
ରାଗୁଆତୋ ମୁହଁ ବଖାଣେନି ତା ମନର ଭାବ
ମନ ସଂଗେ ଦେହ ତାର ପୋଡି ଦେଉ ତୁହି
ତୁହିଯା ଝଟକୁଥାଉ ନାରଖାର
ଦିଶେସିଏ ଜାଳିପୋଡି ହୋଇ
ପୁରୁଷ ଦରପେ ନାରୀ ଚିର ଉପେକ୍ଷିତ
ଏହାର କି ଦେଉତୁ ଇଙ୍ଗିତ ? ॥୨॥



= ଖଟନ୍ତି ଲକ୍ଷ୍ମୀ ସରସ୍ବତୀ
ଖଗ ଆସନେ ଖଗପତି
ପତି ପ୍ରେମିକ ପ୍ରେମ ପାଇଁ
ଆପଣା ସତ୍ତା ପାଶୋରାଇ
କି ଲାଗି ସହିବ ଯାତନା
ବରଷା ବସନ୍ତ ଶରତ
ହେବ ପରଶେ ଆନମନା
ମନ ଭାଜିବ ତୋର ଯେବେ
ଦର୍ପ ଗଞ୍ଜିବୁ ତୁହି ତେଵେ ॥୩॥






ଅଧ୍ୟାପିକା ସସ୍ମିତା ମିଶ୍ର
ଓଡିଆ ଭାଷା ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୃରଭାଷ : ୯୦୭୮୫୭୯୬୧୨

Post a Comment

0Comments
Post a Comment (0)