ପାରୁଛତ ଯଦି ସାଉଁଟି ନିଅ
ତମ' ପ୍ରେମ-ପୂଜା ରଖିଛି ସାଇତି
ଥରେ ତାକୁ ତମେ' ଚିହ୍ନି ଦିଅ ॥୧॥
ହୃଦୟ ବଂଧନ ହୃଦୟ ମିଳନ
ହୃଦୟରେ ସବୁ ଏଅଭିମାନ
ରଖିଛି ସାଇତି କୂଳବଧୂ ସାଜି
ଆମ ମହାମିଳନର ଏ ସ୍ପନ୍ଦନ ॥୨॥
ହୃଦୟରେ ତମେ ଏକା ମୋ ଦେବତା
କିଭଳି କାଢିବି ତମକୁ କୁହ
ଥାଉ ରାଗ ରୁଷା ଅଭିମାନ ସବୁ
ଝରି ଯାଉ ମୋର ଏଆଖି ଲୁହ ॥୩॥
ହୃଦୟର ବ୍ୟଥା ଗୋପନେ କୁହୁଳି
ହୃଦୟ' ଜଳେ ଅହରହ ସିନା
ହୃଦୟତ କେବେ ଭାଙ୍ଗି ଯାଏନାହିଁ
ସେ' ନୁହେଁ କେବେ ଏ କାଚଖେଳନା ॥୪॥
ହୃଦୟଟା ମୋର ଫାଡି ମୁଁ ଦବାକୁ
ନୁହେଁ ମୁଁ ଭକତର ମହାବୀର
ତମ ଫଟୋ ଥରେ ଦେଖାଇ ଦବାକୁ
ହୃଦୟରୁ ବହୁ ମୋ ଅଶ୍ରୁଧାର ॥୫॥
ହୃଦୟଟା ନୁହେଁ ମରୁ ମରିଚିକା
ଜୀବନେ' ଉଠେ ନାହିଁ କେବେଝଡ
ହୃଦୟଟା ସିନା ଅମୃତର ଫଳ
କେବେ କୁହେ ନାହିଁ, କିଏ ବଡ ॥୬॥
ହୃଦୟରୁ କେବେ ଖୋଜି ନାହିଁ ମୁଁ ଯେ
କିଏ ଭଗବାନ, ଆଲ୍ଲା, ଈଶ୍ୱର
ହୃଦୟ ଭିତରେ ତମେ ପରା ମୋର
ଏକା ହୃଦୟ'ର ହୃଦୟଶ୍ୱର ॥୭॥
ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୃରଭାଷ : ୯୪୩୭୭୪୦୨୮୦
0 Comments
You can write now your valuable comments here. Off-topic comments may be removed or deleted without prior notice.