ଗାଆଁ ପରିମଳ କରୁଛନ୍ତି ବୋଲି
ଯନ୍ତ୍ରୀ ଖାଆନ୍ତି ପଇସା
କେଉଁଠାରେ କିହୋ ଲେଖା ହୋଇଅଛି
ଏହି କି ତୁମ ବେଉସା ।।
ସରକାରୀ ଧନ ଖାଇବା ପାଇଁକି
କରିଅଛ ବଡ ଆଁ
ଗରିବଙ୍କ ପେଟେ ଲାତ ମାରୁଥାଆ
କରିଦିଅ ତାଙ୍କୁ ଭୁଆଁ ।।
ପାଠୁଆ ବୋଲାଅ ପାଠ ପଢାବାବୁ
ସମ୍ଭାଳିଛ ବ୍ଲକଭାର
ଲାଞ୍ଚଖିଆ ବାବୁ ଲାଞ୍ଚ ଖାଇବାକୁ
ତୁମରି ବେଶୀ ଆଦର ।
ପଡିଲାଣି ଯନ୍ତ୍ରୀ ସାଖିଗୋପାଳର
ଦୁର୍ନୀତି କାଠ ଘଣାରେ
ପଡିଲାପରେ ସେ ଦରାଣ୍ଡି ହୁଅନ୍ତି
ରକ୍ଷାକର ପ୍ରଭୁ ବାରେ ।।
ଦାନଗଦୀ ବ୍ଲକ ଭିଏ ଡବ୍ଲୁ ପୁଣି
ପଡିଲେ ଜନ୍ତାରେ କାଲି
ଚିଲେଇ ଚିଲେଇ ପାଟି କରୁଥାନ୍ତି
ଏ କି କୁକର୍ମ ମୁଁ କଲି ।।
କାନ ମୁଁ ମୋଡୁଛି ଖାଇବନି ଲାଞ୍ଚ
ଆଉ ଚାକିରି କାଳରେ
ଯମ ରଖିବନି ଏହି ସଂସାରେ
ମରିଯିବି ଅବେଳରେ ।।
ଗରିବଙ୍କ ମୁଖେ ହସଟିକେ ଦେଖି
ଖୁସି ହୁଅ ଥରେ ଭାଇ
ଏମାନଙ୍କ ସେବା ମାଧବର ସେବା
ଯାଣିଛ କି ତୁମେ ନାହିଁ ?
ବିଲେଇ ସାଜିକି ଖିର ପିଉଥାଅ
ଜାଣିନକି ତୁମେ ବନ୍ଧୁ
ବିପଦରେ ଦିନେ ପଡିଯିବ ନିଶ୍ଚେ
ଶୁଣିବେନି କୃପାସିନ୍ଧୁ ।।
ଦାଗ ଲାଗିଯିବ ଲୋକ ଲଜ୍ଜାହେବ
ବିଭାଗେ ହୋଇବ ଦାଗୀ
ରଖ ରଖ ବୋଲି ଆତୁରେ ଡାକିବ
ନୋହିବ କେ ପ୍ରତିଭାଗି ।।
ଦୁର୍ନୀତି ହଟାଅ ଆମ ପ୍ରଦେଶରୁ
ସୁନାର ଭାରତ ଗଢ
ଅନ୍ୟାୟ ଅନୀତି ବିରୁଦ୍ଧରେ ସଦା
ସଚେତନ ବାର୍ତ୍ତା ବାଢ ।।
ଗାଆଁ ପରିମଳ ଜଳ ଯୋଗାଣକୁ
ସ୍ବାଗତ ଜଣାଅ ଭାଇ
ସ୍ବଛ ତା ଅଟଇ ଇଶ୍ବରଙ୍କ ସ୍ଥାନ
ଏକଥା ସତ୍ଯ ଅଟଇ ।।
ଲେଖିବାକୁ ଅଛି ଅନେକ କଥା ଯେ
ଲେଖିକି କି ଲାଭ ଅଛି
କୁକୁର ଲାଙ୍ଗୁଡ ସବୁବେଳେ ବଙ୍କା
ଦୁନିଆଁ ଜନ ଜାଣିଛି ।।




ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା