ବାରମାସେ ତେର ପରବକୁ ନେଇ
ଦୁଲୁକି ଉଠେ ମୋ ଓଡିଶା ଭୂଇଁ,
ନୂଆ ବରଷରେ ନୂଆ ଉନ୍ମାଦନା
ପଣା ସଂକ୍ରାନ୍ତି ଯେ ଆସିଛି ଭାଇ ।
ସଂକ୍ରାନ୍ତି ପୁରୁଷ ଫକୀରମୋହନ
ଓଡ଼ିଆ ଭାଷାର ମାନ୍ୟତା ପାଇଁ,
ରେବତୀ ଗଳ୍ପରୁ ଆଠଗୁଣ୍ଠ ଯାଏ
ରଚିଗଲେ ଆଜି ସେ କାଳଜୟୀ ।
ପବନ ନନ୍ଦନ ପଭୁ ହନୁମାନ
ପଦାର୍ପଣ କଲେ ଏ ଧରାଧାମେ,
ସୌର ନବବର୍ଷାରମ୍ଭେ ଝାମୁଯାତ୍ରା
ଉତ୍କଳେ ପଣାରେ ଆସର ଜମେ ।
ସମ୍ବିଧାନ ପ୍ରଣେତା ଆମ୍ବେଦକର
ନବବରଷେ ଜୟନ୍ତୀ ତାଙ୍କର,
ବେଲପଣା,ଝାମୁଯାତ୍ରା, ଉଡାପର୍ବ
ରାଧାରମଣ ଜନ୍ମ ଏ ଦିନର ।
ଯଜ୍ଞ ଉତ୍ସବ, ମେଳା ମଉଛବ
ନାମ ଯଜ୍ଞ ହୁଏ ମଠ ମନ୍ଦିର,
ଭାଗବତ ସେବାଶ୍ରମ ସାଧକ ଜନ୍ମ
ବାନପ୍ରସ୍ଥୀ ବଳରାମ ଦାସ ର ।
ମହାବିଷୁବ ସଂକ୍ରାନ୍ତି ଆଣିଅଛି
ଓଡ଼ିଆ ପ୍ରାଣର ନବଚେତନା,
ଘରେ ଘରେ ପୂରେପୂରେ ଆନନ୍ଦ
ନୂଆବର୍ଷ ସ୍ଵାଗତ ଅଭ୍ୟର୍ଥନା ।
ପ୍ରଭୁ ଜଗନ୍ନାଥ ଆରାଧ୍ୟ ଦେବତା
ମୋ ଉତ୍କଳେ ବାସ ଯା'ର,
ଶଙ୍ଖରେ ପୁରାଇ ଚକ୍ର ଉହାଡରେ
ପାଳଇ ସନ୍ତାନ ତା'ର ।
ଗରବେ କହିବା ଓଡିଶା ସନ୍ତାନ
ଉତ୍କଳେ ମୋ ବାସସ୍ଥାନ,
ଓଡ଼ିଶାର ଟେକ ରଖିବି ଅକ୍ଷୁର୍ଣ୍ଣ
କହିବି ମୋ ଓଡିଶା ମହାନ ।




ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ, ୧୯୪୦ ଶତାବ୍ଦ, ବିକ୍ରମ ସମ୍ବତ୍ ୨୦୭୫, ସ୍ଵାଧିନ ଭାରତାବ୍ଦ ୭୧, ଉତ୍କଳୀୟ ସନ ୧୪୨୫ ସାଲ, ଶ୍ରୀ ଶ୍ରୀ ଦିବ୍ୟସିଂହଦେବ ଗଜପତି ମହାରାଜାଙ୍କର ୫୯ ଅଙ୍କ, ଇଂରାଜୀ୨୦୧୮ ମସିହା (ମେଷ) ବୈଶାଖ ୧ଦିନ ଅପ୍ରେଲ ମାସ ୧୪ ତାରିଖରେ ସମସ୍ତ ବନ୍ଧୁ, ଆତ୍ମୀୟ ସ୍ଵଜନ, ଗୁରୁ ଓ ଲଘୁ ବନ୍ଧୁବର୍ଗଙ୍କୁ ମୁଁ ପ୍ରଣତି ମହାପାତ୍ର ଜଣାଉଛି ହାର୍ଦ୍ଦିକ ଅଭିନନ୍ଦନ ଶୁଭେଛା ଶୁଭକାମନା ସହ ଜୟ ଜଗନ୍ନାଥ । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ..






ପ୍ରଣତି ମହାପାତ୍ର, ବାଲେଶ୍ୱର