ଠୁଳ କରିଅଛ ସାଇଁ ,
ଏ ଅଧମ ପ୍ରତି ଦିଅ ଦିବ୍ୟଦୃଷ୍ଟି
ପାପରୁ ଉଦ୍ଧାର ପାଇଁ ।।
କାୟା ମୋ ଅଚଳ ସରିଲାଣି ବଳ
ହୃଦେ ଭରିଲା ଆକୁଳ ,
ଆପଣା ସ୍ବାର୍ଥରେ ଲୋଭ ବିମୋହରେ
ହରାଇଲି ଥଳକୂଳ ।।
ଅମଡା ବାଟରେ ଅହଂକାର ଭରେ
ସତ୍ ପଥ ଭୁଲିଗଲି ,
ଦୁଷ୍କର୍ମରେ ମାତି ହଜିଲା ମୋ ମତି
ଆତ୍ମଗର୍ବେ ମଜ୍ଜିଗଲି ।।
ଏ ମାୟା ସଂସାର ମିଛଖେଳ ଘର
ସଦା ବ୍ୟାକୁଳିତ ମନ ,
ଦିଅ ସଦ୍ ବୁଦ୍ଧି ହର ମୋ ଦୁର୍ବୁଦ୍ଧି
ପାଦ ତଳେ ଦିଅ ସ୍ଥାନ ।।
ପ୍ରଭୁ ଜନାର୍ଦ୍ଦନ ଘେନ ନିବେଦନ
ଚିତ୍ତରୁ ନିବାର ଖେଦ ,
ଜଗତର ନାଥ ନକର ଅନାଥ
ଦିଅ ପ୍ରଭୁ ଆଶୀର୍ବାଦ ।।
ଉଷାରାଣୀ ପଣ୍ଡା, ସୋମପେଟା, ଆନ୍ଧ୍ରପ୍ରଦେଶ
0 Comments
You can write now your valuable comments here. Off-topic comments may be removed or deleted without prior notice.