ନୀଳ ନୀଳିମାର ନୀଳ ପରୀ ତୁମେ
କଳା ବାଦଲେ ଚପଳା,
ବାରୁଣୀ ଗଗନ ରକ୍ତିମ ରୂପସୀ
ଗୋଧୂଳି ଲଗ୍ନ ମଂଜୁଳା ॥
ସଂଜ ଓଢଣୀରେ ସଂନ୍ଧ୍ୟାତାରା ନଭେ
ଛାଇ ପ୍ରତିଛବି ତୁମେ,
ଦୀପର ଶିଖାରେ ସଦା ଦୀପାନ୍ୱିତା
ଉଜ୍ୱଳ ଶିଖା ଅମାରେ ॥
ବସନ୍ତ ସକାଳ ସଜ ପଦୁଁଅର
ତୁମେ ସଜ ପ୍ରଜାପତି,
ପଦୁଅଁ ପତ୍ରର ଢଳଢଳ ବିନ୍ଦୁ
ପ୍ରେମିକ ପ୍ରେମ ସମ୍ପତ୍ତି ॥
ପରାଚୀ ତୁଠର ସଜ କୁଆଁତାରା
ପ୍ରାତଃ ନିଳୟର ବଧୂ,
ଆମ୍ର କୁଂଜବନେ ବସନ୍ତ କୋଇଲି
କୁଂଜବନ ମଲ୍ଲୀ ମଧୁ ॥
ଅତଳ ସାଗର ଅତଳ ଗରଭେ
ମଧୁମୟ ମତ୍ସ୍ୟଗନ୍ଧା,
ଅତ୍ୟୁଚ ଗିରିର ଗିରି ରାଜଜେମା
ରାତ୍ରିର ରଜନୀଗନ୍ଧା ॥
ବିବାହ ବେଦୀର ସପନ ସୁନ୍ଦରୀ
ସପନ ନୀଡ ରସିକା,
ବାସର ପଲଂକେ ବାସର ପିୟାସୀ
ଷୋଢଶି କୁଂଜ କୁନ୍ତିକା ॥
ସରଗ ରାଇଜ ପାରିଜାତ ତୁମେ
ସରଗର ଝରାଫୁଲ,
ଝରାଇ ଦେଇଛ ଝରଣାର ମଧୁ
କି ମଧୁର କି ଡଉଲ ॥




ଗୈାରାଂଗ ଚରଣ ବେଉରା, ଶିକ୍ଷକ,
କୁଲିଆମାଲ ଉଚ୍ଚ ବିଦ୍ୟାଳୟ, କୁଲିଆମାଲ