ଆକାଶ ର ଛାତ ତଳେ
ଆମ୍ର ତରୁ ମୂଳେ
ପେନ୍ଥା ପେନ୍ଥା ବଉଳର
ବାସ୍ନା ଗୁଞ୍ଜୁରିତ......॥

ମଧୁର ସ୍ୱପ୍ନର
ଅନାବିଳ ସମ୍ପର୍କ
ପ୍ରିୟା ର କର ଛନ୍ଦା
ପ୍ରୀତିଭରା କୋମଳ ସ୍ପର୍ଶ......॥



ଲେଖି ଦେବା ପାଇଁ
ଅନେକ କଥା
ଆଖିରେ ଅାଖିରେ
ସାତ ଜନ୍ମର ବାର୍ତ୍ତା.......॥

ଅର୍ଦ୍ଧଚନ୍ଦ୍ର ର ଆଗମନେ
ରୂପ ଜ୍ୟୋସ୍ନା ରେ ଭରପୂର
ନୀର ଆଉ କ୍ଷୀର
ଦୁହେଁ ଏକାକାର.......॥



ପ୍ରିୟା ର ସେ ମଧୁର ସ୍ପର୍ଶ
କଥା ଅଳ୍ପ
ସମୟର ଅବଶୋଷ
ନିମିଷକେ ସବୁ ଶେଷ......॥

ଉଜାଗର ରାତି
ଉଜାଗର ସାଥୀ
ତଥାପି ପଡିନି ବିରାମ
ଅସମ୍ପୂର୍ଣ ସମ୍ପର୍କ ତାତି.......॥






ପ୍ରଶାନ୍ତ ମହାପାତ୍ର
ରମାବିଲି, ଜଙ୍କିଆ, ଖୋରଧା