ବାହାରେ ପଡୁଛି ରିମ୍ ଝିମ୍ ବର୍ଷା
ଭିତରେ ସ୍ମୃତି ଶ୍ରାବଣ
ନିରବ ମନରେ ପ୍ରିୟା କଥା ଭାବି
ଝୁରୁଛି ବୀରହ ପ୍ରାଣ
ମନରେ ସ୍ମୃତି ଶ୍ରାବଣ....

ଧାରା ଶିରାବଣ
ଦେଇ ଥିଲା ରାଣ
ପ୍ରିୟା ମୋ ସାଥେ ଭିଜିବ ବୋଲି
ଅଗଣାରେ ଆସି
ପଚାରିଲା ବସି
କଉଠି ପ୍ରିୟକୁ ହଜେଇ ଦେଲି
କେମିତି କହିବି
ପାରୁନି ମୁଁ ଭାବି
ସାଥୀ ହେଲା ମୋ ସାତ ସପନ...
ମନରେ ସ୍ମୃତି ଶ୍ରାବଣ...



ବର୍ଷା ଲାଗୁଥିଲା
ମିଠା ମିଠା ଦିନେ
ଏବେ ଲାଗେ ମୋତେ ଦୁଃଖ ଯେମିତି
ଅତୀତରେ ହଜି
ଆଖି ଲୁହେ ଭିଜି
ଜୀବନ ଟା ଖାଲି ଯାଉଛି ବିତି
ତଥାପି ମୁଁ ଖୋଜେ
ପାଇ ପୁଣି ହଜେ
ଫେରେଇ ଦେ ମୋ ହଜିଲା ଦିନ..
ମନରେ ସ୍ମୃତି ଶ୍ରବଣ...




ଗୋପାଳ ଚନ୍ଦ୍ର ସାଓ
ଦେଉଳି, ବାରିପଦା, ମୟୂରଭଞ୍ଜ