କୃଷ୍ଣ ପ୍ରାଣ ନାଶ କରିବା ଆଶେ
ଗୋପପୁରକୁ କଂସ ଦୂତ ପେଶେ
ଅସୁର ରାଜାର ବାରତା ଘେନି
ଦୁତ ଚଳିଲା ଆଦେଶ କୁ ମାନି
ପତ୍ର ପାଇ ନନ୍ଦ ରାଜା ଯେ
ହୋଇଗଲେ ହରବର ଯେ ।।

କଡା ଆଦେଶ ଥିଲା ମଥୁରାରୁ
ଲକ୍ଷେ ପଦ୍ମ ଭାର ତୋଳି ହ୍ରଦରୁ
ପ୍ରେରଣ କର ମଥୁରାପୁରି କୁ
ଡକାଇ ସକଳ ରାଜା ମାନଙ୍କୁ
କରିବି ମୁଁ ଧନୁ ଯାତ୍ରା ଯେ
ମଥୁରା ହୋଇବ ସଜା ଯେ ।।



ଗୋପ ପୁରେ ପଡିଗଲା ଚହଳ
ହ୍ରଦରୁ କେ ଆଣି ଦେଵ କମଳ
ହ୍ରଦେ ବାସ କରେ କାଳୀୟ ସର୍ପ
ଜଳରେ ରହିଛି ବିଷ ପ୍ରକୋପ
ଜାଣି ପାରି ଆଦିମୂଳ ଯେ
ଚଳିଲେ କାଳନ୍ଦୀ କୂଳ ଯେ ।।

କାଳୀୟ ଗର୍ବକୁ କଲେ ଗଞ୍ଜନ
ବିକଳେ ପାଦେ ପଶିଲା ଶରଣ
ତ୍ରାହି ମାଂ ତ୍ରାହି ମାଂ ସୁ ଉଚ୍ଚେ ଡାକି
ଆନନ୍ଦେ ପଙ୍କଜ ମୁଖ ଚାହିଁକି
ଚଳିଗଲା ଅନ୍ୟ ଠାବେ ଯେ
ଦୂର ହେଲା ଗୋପ ଦୁଃଖ ଯେ ।।।