ବହି ଠାରୁ ବଡ ସାଥୀ କିଏ ନାହିଁ
ଜାଣିଥାଅ ଟି ପିଲାଏ,
ଦୁନିଆଁ ଯାକର ଯେତେ ନୂଆଁ କଥା
ସବୁ ଆଣି ଥୋଇଦିଏ ।
ଦୁନିଆଁ ର ଭଲ ମନ୍ଦ ଜାଣିବାକୁ
ପଢିବାକୁ ହେବ ବହି,
ବହି ନ ପଢିଲେ ମୁରୁଖ ହୋଇଲେ
ଆଗକୁ ବଢିବା ନାହିଁ ।
ସର୍ବଶିକ୍ଷା ଅଭିଯାନ ତେଣୁକରି
ଏହି କଥା କହୁଥାଏ,
ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ
ଆମ ସରକାର ଚାହେଁ ।
ହସି ଖେଳି ଆସ ପଢିବାରେ ପିଲେ
ହୋଇବା ଉତ୍ତମ ଚାଟ,
ପାଠ ଶାଠ ପଢି ଜ୍ଞାନୀ ବୋଲାଇବା
ଅନ୍ଧାରେ ପାଇବା ବାଟ ।




ଶୁଭକାନ୍ତ ସାହୁ (ଶିକ୍ଷକ)
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଞ୍ଜାମ
ମୋବାଇଲ୍-୯୮୬୧୭୩୨୨୫୬