ଅଧାପନ୍ତରିଆ ଜୀବନ ଟା ଏଇ
ଚାଲିବା ଟା ଦୁର୍ବିଶଃ ।
ବଞ୍ଚିବା ଟା ସଂଘର୍ଷରେ ପରିପୂର୍ଣ୍ଣ
ବିତୁୁଥାଏ ଅହରହ ।।

କେତେବେଳେ ଚାଲେ ବନ୍ଧୁର ପଥରେ
କେତେବେଳେ ଚାଲେ ସିଧା ।
କେତେ ବେଳେ ଚାଲେ ସର୍ପିଳ ଗତିରେ
କେତେ ବେଳେ ଥାଏ ବାଧା ।।

ଜୀବନ ପ୍ରଦୀପ ସରି ସରି ଯାଏ
ବାକି ଅଛି ସ୍ୱଳ୍ପ ତୈଳ।
ଲିଭିବା ର ବେଳ ପାଖେଇ ଆସୁଛି
ଇଶାରା ଦେଲାଣି କାଳ।।

କାଳ ବଇଶାଖୀ ଘନେଇ ଆସୁଛି
କଳା ରୂପ ସଙ୍ଗେ ଘେନି ।
ଦି ଦିନ ଜୀବନ କାଲିକି ନଥିବ
ହେଉଥାଏ ଅଭିମାନି ।।

କ୍ଷୁର୍ଣ୍ଣ ହେଉ ହେ ଅଭିମାନି ମନ
ଚୂର୍ଣ୍ଣ କର ଅହଂକାର ।
ଅବସାନ ଘଟୁ ପାପର ନୀଳୟ
କୃପା ହେ କଳା ଠାକୁର !!!




ସା/ପୋ-ଲୋଧାଚୁଆ, ଜିଲ୍ଲା-ନୟାଗଡ଼,
ଫୋନ-୭୯୭୮୧୩୩୧୨୪