ତୁମ ସାଥେ ଚାଲି ଚାଲି
ହେଲି ସର୍ବସ୍ବାନ୍ତ
ଘରଦ୍ୱାର ଜମିବାଡ଼ି
ସବୁ ହେଲା ଅନ୍ତ ।
ଅକାଳ ମୃତ୍ୟୁକୁ ଶେଷେ
କଲି ମୁଁ ବରଣ
ପତ୍ନୀ ମୋ ବିଧବା ହେଲା
ପୁତ୍ର ପିତା ହୀନ ।
ତୁମ ସହ ବନ୍ଧୁତ୍ୱର
ମିଳିଗଲା ଫଳ
ମୋର ବିଚ୍ଛେଦରେ ମାଆ
ହୋଇଲା ପାଗଳ ।
ତୁମ ଭଳି କୁସଙ୍ଗଠୁ
ଦୂରେଇବା ପାଇଁ
ଉପଦେଶ ଦେଇଥିଲେ
ବହୁ ବନ୍ଧୁ ଭାଇ ।
କାହାରି କଥାକୁ ଟିକେ
ଭୃକ୍ଷେପ ନକଲି
ତୁମ ପ୍ରେମେ ଦିବାରାତ୍ର
ଜଡିତ ରହଲି ।
ତୁ ଯେ ଅଛୁ ରହିଥିବୁ
ଯୁଗ ଯୁଗ ଧରି
ତୋ ପ୍ରେମେ ପଡିଣ ଶିଘ୍ର
ଯାଏ ଯମପୁରୀ ।
ତୋ ପାଇଁ ଉଜୁଡେ କେତେ
ସୁନାର ସଂସାର
କେତେ ନୟନରୁ ଝରେ
ଅଶ୍ରୁ ଧାର ଧାର ।




ଅଜୟ ପ୍ରକାଶ ସାହୁ,
କଳମ୍ବ, ପୋଲସରା, ଗଞ୍ଜାମ