ବନ୍ଦନା ମହାପାତ୍ର
ବାସୁଦେବ ନଗର, ବ୍ରହ୍ମପୁର, ଗଞ୍ଜାମ
ମୋ-୭୫୩୮୯୩୦୪୯୦



[siteorigin_widget class="WP_Widget_Media_Image"]","after_widget":"
","before_title":"<h3 class="widget-title">","after_title":"</h3>","widget_id":"widget-0-1-0"}}" />[/siteorigin_widget]

କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କଲା
ଅସହାୟ ନ୍ୟାୟ ପାଇଁ
ହୃଦଫଟା ଦୁଃଖ ପାଇଲା ବିଚାରି
ତା ଲୁହ ଶୁଖିଲା ନାହିଁ ॥


ଅପେକ୍ଷାର ଅନ୍ତେ ପାଇଲା ନିର୍ଦ୍ଦେଶ
ଆତ୍ମହତ୍ୟାର ଚାପ,
ଦୋଷୀ ଲୁଚିଗଲା, ନିର୍ଦ୍ଦୋଷୀ ମରିଲା
ଗଳାରେ ଲଗାଇ ଛାପ ॥


ଦୁର୍ନୀତି ଶାସନେ କିଏ ନ୍ୟାୟ ଦେବ ?
ଧଳା, କଳା, ଖାକି ମୁଖ
ସ୍ଵାର୍ଥର ତୋବଡା ବନ୍ଧା ଅଛି ବନ୍ଧୁ
ଭିକ ନ ନେଲେ ଜୀବ ଭେକ ॥


 


ଶବବାଟେ ରଖି, ଆନ୍ଦୋଳନ ବନ୍ଦ
ମିଳିଲା କି ଭାଇ ନ୍ୟାୟ?
କିମ୍ପା ଭୋଟ ଦେଇ ଦୁର୍ନୀତି ଶାସଙ୍କୁ
ବଢାଅ ଅନ୍ୟାୟ ମୁହଁ ॥


 


ବେବିନା, ଇତିଶ୍ରୀ, କୁନ୍ଦୁଲି ପୀଡ଼ିତା
ସୁଆଁ ପଡ଼ିଆ ପୀଡ଼ିତା,
କେତେ ଯେ ନେହୁରା ନ୍ୟାୟ ପାଇଁ ବୁଲି
ଶେଷେ ଜଳେ ତାଙ୍କ ଚିତା ॥


 


ପ୍ରଶାସନ ଏଠି ବିଦ୍ରୁପ କରନ୍ତି
ଅଣ୍ଟା ଭିଡ଼ି ଠିଆ ହୁଅ,
ଶକ୍ତି ଯଦି ଅଛି ଦୋଷୀକୁ ଧରାଇ
କୋଠର ଦଣ୍ଡ କରାଅ ॥


 


ଏବେ ବି ଘୂରୁଛି ପୀଡ଼ିତାଙ୍କ ଆତ୍ମା
ଶୁଖିନି ଆଖିରୁ ଲୁହ,
ସମାଜ ଭିତରେ ବଞ୍ଚିରହି ସୁଦ୍ଧା
ମିଳିଲାନି ତାଙ୍କୁ ନ୍ୟାୟ ॥


 


ଟଙ୍କା ଦେଇ ମୁହେଁ ଅନ୍ଧାରେ ଲୁଚୁଛ
ହେ ନୃଶଂସ-ବର୍ବର ଜାତି,
‘ନାରୀ ନାରାୟଣୀ’ ତା ଆଖି ଲୁହରେ
ଧ୍ଵଂସ ହେବ ତୁମ ସ୍ଥିତି ॥




ବାସୁଦେବ ନଗର, ବ୍ରହ୍ମପୁର, ଗଞ୍ଜାମ
ମୋ-୭୫୩୮୯୩୦୪୯୦