ଉଡି ଯିବରେ ଉଡି ଯିବରେ
ମନ ବୃକ୍ଷରୁ ଲୋଟଣୀ ପାରା
ଉଡିଗଲେ ପରା ଦେବ ନାହିଁ ଧରା
ତୋତେ ଆସିବ ଯମ ଡାକରା ରେ ।।।

ପାରା ଟି ଅଟଇ ବିଚିତ୍ର ପ୍ରକାର
ନାହିଁ ରୂପ ନାହିଁ ଚିତ୍ର
ଦେଖିନାହିଁ କେହି ବେନି ନୟନରେ
କେତେ ଗୋଡ଼ କେତେ ହାତ
କ୍ଷଣିକେ ଲକ୍ଷ ଯୋଜନ ବୁଲି ଆସେ
ତା'ଠି ନକର ତିଳେ ଭରସା ରେ ।।।


ପାଞ୍ଚଟି ଡାଳରେ ଏ ବୃକ୍ଷର ସୃଷ୍ଟି
ଓଲଟା ବଢ଼ଇ ସେହି
ଜୀବ ଓ ପରମ ସେ ବୃକ୍ଷ ଡାଳରେ
କେଳି କରୁଥାନ୍ତି ରହି
ସଦା ଚିନ୍ତନ୍ତି ବିଭୁ ପଦାରବିନ୍ଦ
ତାଙ୍କୁ ଦେବାକୁ ପାଦେ ଆଶରା ରେ ।।।

ସେ ବୃକ୍ଷରେ ନାହିଁ ପତ୍ର ଫୁଲ ଫଳ
ଡାଳ ରଖିଛି ବଢାଇ
ପଞ୍ଜୁରୀ ପରାଏ ସଜାଇଛି ଡାଳ
ମାୟା ର ଜାଲ ବିଛାଇ
ଜାଲ କାଟି ଦେଇ ଉଡି ଯିବ ସେହି
ନିତି ଭଜୁଥା ରଙ୍କପସରା ରେ ।।।।






ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଚକାପଦା, ବେଗୁନିଆ, ଖୋର୍ଦ୍ଧା