ଓଦା ଓଦା ଆଖି ଗଲାଣି ଯେ ଥକି,
ଓଠ କୁ ସମ୍ପର୍କ ରଖି ।
ଜଳି ଜଳି ଆଜି ଅର୍ଦ୍ଧଦଗ୍ଧ ମୁହିଁ,
ଯନ୍ତ୍ରଣାକୁ ପାଖେ ପାଇ ।
ଦିନେ ନୁହେଁ ଅବା ରାତ୍ରୀଟିଏ ନୁହେଁ,
ବର୍ଷ ପରେ ବର୍ଷ ଦଶବର୍ଷ ।

ପ୍ରତିଟି ମୁହୂର୍ତ୍ତ ଜଳେ ବିରହ ରେ,
ନିତି ହୋଇ ଅସହାୟ ।
ସରଳ ମନେ ମୋ ବିଶ୍ୱାସ ଜନ୍ମାଇ,
ଦେଲୁ ପ୍ରେମ ନିମନ୍ତ୍ରଣ ।
ଛଳନା ମଧୁ ଓଠଧାରେ ଢାଳି,
ଧୀରେ ଘେନିଲୁ ମୋ ପ୍ରାଣ ।


ତୋ ରୂପ କେବେ ମୋ ନୟନ ମାପିନି,
କେତେ ତୁ ସୁନ୍ଦରୀ ବୋଲି ।
ହୃଦୟକୁ ତୋର ଭଲପାଇଥିଲି,
ବସାଟେ ବାନ୍ଧିବି ବୋଲି ।
ଖୋଜୁନଥିଲି ମୁଁ ତନୁଶ୍ରୀ ଅଙ୍ଗରରୁ,
ମାଦକର ମତୁଆଲା ।

ସେନେହଁ ସରାଗ ଚାହିଁଥିଲି ଇତି,
ଦେଇ ପାରିଲୁନି ଭଲା ।
ସାଇତା ମନକୁ ତୋତେ ସମର୍ପିଣ,
ହୃଦୟ ଆଜି ମୋ ଶୂନ୍ୟ ।
ପୋଡା ହୃଦୟରେ କୁହୁଳି ଜଳୁଛି,
ଆଶାର କିଞ୍ଚିତ ସପନ ।






ସୀମାଞ୍ଚଳ ରଣା (ପ୍ରତିଷ୍ଠାତା-ପୁଣ୍ୟତୋୟା ଜାହ୍ନବୀ ସାହିତ୍ୟ ସଂସଦ)
କୁର୍ତ୍ତମଗଡ଼, କନ୍ଧମାଳ, ହ୍ଵାଟସଆପ- ୮୨୮୦୯୧୩୯୬୬