ଇଂ. ବିଦ୍ୟାଧର ପଣ୍ଡା, ଏମ୍. ଟେକ୍. ସିଭିଲ, ଏଲ୍. ଏଲ୍. ବି.
ଖ-୧୭/୧୫, ପଞ୍ଚସଖା ନଗର, ଡ଼ୁମୁଡ଼ୁମା, ଭୁବନେଶ୍ୱର-୧୯
ଜିଲ୍ଲା- ଖୋରଧା, ଓଡ଼ିଶା, ଦୂରଭାଷ-୯୪୩୯୧୨୮୦୫୦

ଗଛଟିଏ ଦେଖ କେତେ ଉପକାରୀ
ମନେ ନାହିଁ ଭେଦଭାବ
ସମସ୍ତଙ୍କୁ ଦିଏ ଛାଇ ଏକାପରି
ଆନ୍ତରିକ ସମଭାବ ॥

ଅମ୍ଲଜାନ ଦିଏ ସଂସାର ବଞ୍ଝାଏ
ଫଳ ବାଣ୍ଟି ପାଏ ଖୁସି
ବର୍ଷ ବର୍ଷ ଧରି ଦେଇଚାଲେ ଖାଲି
ନେବା ବେଳେ ଯାଏ ଖସି ॥


ଜୀବ ଜଗତର ସେବାରେ ଉତ୍ସର୍ଗ
ଦେଉଛି ନିଜକୁ କରି
ମାଛ ଗଛ ଦୁହେଁ ଜଳ ସ୍ଥଳ ହୀରା
ମଣିଷର ଉପକାରୀ ॥

ଜୀବନରେ ଯେତେ ପାର ଲଗା ଗଛ
ଧରମ ବହୁତ ହେବ
ଜଳବାୟୁ ଭଲ ଧରାରେ ରହିବ
ସଂସାରକୁ ସୁଖ ଦେବ ॥


ଗଛକୁ କାଟୁଛେ ନିର୍ଦ୍ଦୟ ହୃଦୟେ
ନଜାଣି ତାହାର ମୂଲ
ବହୁ ପ୍ରାଣୀ ପରି ମଣିଷ ବି ଦିନେ
ସଂସାରୁ ହୋଇବ ଗୋଲ ॥