ଭଲପାଇବାରେ ଭଲେଇ ହେବାର
କଲ କାହିଁ ଅଭିନୟ,
ଥିଲା ଯଦି ଘୃଣା ଦେଲ କାହିଁ ମତେ
ପ୍ରେମିକର ପରିଚୟ ॥

ତମରି ପ୍ରେମକୁ ସତ ଭାବି ଦେଖ
ଦୁଃଖ ଯାଇଛି ମୁଁ ଭୁଲି,
ଆଜି ଯଦି ତମେ ସୁଖ ନେଇ ଯିବ
କେମିତି ବଞ୍ଚିବି କାଲି ॥


ତମେ ସିନା କଲ ଛଳନା ମୋ ସାଥେ
ମୁଁ କିନ୍ତୁ ନୁହଁ ନିର୍ଦ୍ଧୟ,
ଥିଲା ଯଦି ଘୃଣା ଦେଲ କାହିଁ ମତେ
ପ୍ରେମିକର ପରିଚୟ ॥

କେମିତି ଯେ ତମେ କରିପାରୁଥିଲ
ଏମିତି ଛଳନା ପ୍ରେମ,
ନୀରିହଟେ ହେଇ ଗରଳକୁ ପେଇ
ଡାକି ମିଛେ ପ୍ରିୟତମ ॥

ମୁଁ ଆଖିବୁଜି ହଁ ପ୍ରେମକଲି ବୋଲି
କ'ଣ ଭାଙ୍ଗିଦେବ ହୃଦୟ?
ଥିଲା ଯଦି ଘୃଣା ଦେଲ କାହିଁ ମତେ
ପ୍ରେମିକର ପରିଚୟ ॥






ଜିତେନ୍ଦ୍ର ସାହୁ, ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ