ତୋ’ର ଅଦମ୍ୟ ସାହସ,
କିନ୍ତୁ.. ପାରିବୁନି ଡେଇଁ,
ବିଫଳ ହୋଇଯିବ.. ସବୁ ଆଶା ଓ ଆକାଂକ୍ଷା
ସବୁ ଅହଂକାରକୁ ପରିଣତ କରିଦେବି
ବାଲିସ୍ତୁପରେ,
ମୁଁ ସର୍ବଶକ୍ତିମାନ “ମାମେକଂ ଶରଣଂ ବ୍ରଜ”
ମହାଭାରତର ଦକ୍ଷ ରାଜନୀତିଜ୍ଞ
ତୋ ଦ୍ବାରା କିଛି ହୋଇପାରିବ ନାହିଁ,
ମୁଁ କଣ କରୁଛି.. ତୁ ଖାଲି ଦେଖ
ତୋ ଭିତରେ ମୁଁ ଅଛି
କିନ୍ତୁ, ମୋ ଭିତରେ ତୁ ନାହୁଁ..
କ’ଣ କରିଛୁ ? କ’ଣ ପାଇଛୁ ??
ନେବା ଜାଣିଛୁ.. ଦେବା ଜାଣିନାହୁଁ..
ଲେଖା ହୋଇଛି, ତୋର ଶ୍ବେତପତ୍ର
ନିଜକୁ ସମର୍ପଣ କର ପାଦପଦ୍ମରେ
କୃତକର୍ମର ଫଳ ଦେବି
ଭିନ୍ନ ଚରିତ୍ରରେ.. ॥
ବରଦା ପ୍ରସାଦ ରଥ
