ଜୀବନ କହୁଛି ଏଠି ଥକିବା ମନା - ଗୋପାଳ ଚନ୍ଦ୍ର ସାଓ

0
ଜୀବନ କହୁଛି ନାଁ ରେ ନାଁ
ଏଠି ଥକିବା ମନା
ଟିକେ ଆଗ ପଛ ଦେଖି
ଭୁଲ ଠିକ୍ ପରଖି
ଦଣ୍ଡେ ଥକି ଉଠି ପୁଣି
ଚାଲିବାକୁ ତ ପଡିବ
ଏଇ ଜୀବନ ବାଟ
ନିଷ୍ଠୁର ସମୟ କେବେ
ପଛକୁ ବୁଲି ଚାହେଁ ନା...

ପ୍ରତି ପାଦେ ଥାଇ ପାରେ
ଅନେକ ଯନ୍ତ୍ରଣା
ଆଘାତ ବେଳେ ବେଳେ
କରିପାରେ ବାଟ ବଣା
ମନ ଟା ବି ଭାରି ଚଞ୍ଚଳ
ହାତ ଠାରି ଡାକି ଦେଲେ
ଟିକିଏ ଘର ଜଞ୍ଜାଳ
କର୍ତ୍ତବ୍ୟ ଭୁଲି ଯାଇ
କରି ବସେ ମିଛ ବାହାନା...


ତଥାପି ନିଜକୁ ସଜାଡି
ଏକା ଏକା ଚାଲିବାକୁ ହବ
ନିଜ ମଥାରେ ଭିଡି
ସାହସର ଲମ୍ବା ପଗଡ଼ି
ପାଦେ ଅଟକି ଗଲେ ନା
ଇଚ୍ଛା ସବୁ କହିବେ ତୋତେ
ଆମକୁ ମାରି ଦିଅ ନା...

ଉଜାଗରେ ସ୍ବପ୍ନ ଦେଖି
ସ୍ୱପ୍ନକୁ ଆଖିରେ ମାଖି
ନିରାଶାକୁ କରି ବନ୍ଦୀ
ପ୍ରତିଯୋଗିତାରେ ଛନ୍ଦି
ଚାଲିବାକୁ ହବ ଆଗକୁ
ଆହୁରି ଆଗକୁ
ଏଇ ମନେ ରଖି
ଦୃଢ଼ ଭାବନା...






ଗୋପାଳ ଚନ୍ଦ୍ର ସାଓ, ଦେଉଳି, ବାରିପଦା
ମୟୂରଭଞ୍ଜ,  ମୋ- ୯୯୩୭୦୪୬୯୯୮

Post a Comment

0Comments
Post a Comment (0)