ବିଶ୍ୱାସ ର ତରୁ ଡାଳେ ।
କାଣିଚାଏ ସ୍ୱପ୍ନ ସ୍ୱର ହୋଇଥିଲା,
ମୋହରି କର୍କଶ କଣ୍ଠେ ।
ଟିକି ଚଢେଇରୁ ଆହତ ବିହଙ୍ଗ,
ସାଜିଛି ଲୋ ସୁନାୟନା
ଯନ୍ତ୍ରଣାରେ ସିନା ଜୀବନ ବିତୁଛି
ବିରହ ନଈ ରେ ମାଡ଼ି ଲୁହର ବନ୍ୟା ।
ପରଦେଶୀ ଭାବି ସରାଗ ରେ କେତେ,
ଦେଲୁ ମିଠା ମିଠା ପ୍ରେମ ଆଦର ।
କିଏ ବୁଣିଦେଲା ଅବିଶ୍ୱାସ ବିଷ,
ଅଶ୍ରୁ ସାଗରକୁ ଦେଲୁ ଉପହାର ।
ଆଖିର ସପନ ଆଖିରେ ରହିଲା,
ସୁନୟନା ତୋତେ ଚାହିଁ ।
ଫଗୁଣ ର ରଙ୍ଗ ହୋଲିରେ ସରିଲା,
ହେଲେ ତୁ ଆସିଲୁ ନାହିଁ ।
ଆହା କରିବାକୁ ସାହା କେହି ନାହିଁ,
ବିଧାତା ବି ଦିଏ କଷଣ ।
ଏ ଜନ୍ମ ଏମିତି କେଉଁ ପୂର୍ବ ପାପେ,
ଯମାରୁ ଆସୁନି ମରଣ ।
ଯେତେ ମରିଯିବି ଭାବି ବସୁଛି ମୁଁ,
ତୋ ସ୍ମୃତି ଛାଡ଼ୁନି ମୋତେ ।
ଏ ଜନ୍ମ ଭାରି କଷ୍ଟ ଲାଗିଲା ଆଜି,
ତୋତେ ନ ପାଇ ପରତେ ।
ସିମାଞ୍ଚଳ ରଣା, କୁର୍ତ୍ତମଗଡ, କନ୍ଧମାଳ
