ଜଗତେ ପଡ଼ିଛି ହୁରି
ତଥାପି କାହିଁକି ମଉନେ ବସିଛୁ
ଲଗାଇ ଭକତ ଡୋରୀ ॥
ତୋର ଦରଶନେ ଆସିଛି ଜଗାରେ
ଶୁଣିନେ ଗୁହାରି ମୋର
ମୋ ଭାଗ୍ୟରେ ନାହିଁ ଛୁଇଁବାକୁ ତୋତେ
ଲଙ୍ଘି ତୋ ସିଂହଦୁଆର ॥
କରିଦେ ଘୋଷଣା ଆଦ୍ୟ ଆଷାଢ଼ରେ
ମିଳିଯାଉ ଅନୁମତି
ଦେଖି ଦେଲେ ଥରେ କଳା ଶ୍ରୀମୁଖକୁ
ଜୀବନୁ ପାଇବି ମୁକ୍ତି ॥
ଯଦି ତୋ ଦେଉଳେ ଭକତଙ୍କ ମେଳେ
ଛୁଇଁ ବାକୁ ତୋତେ ମନା
ବଡ଼ ଠାକୁରତୁ କାହିଁକି ବୋଲାଉ
ଆରେ ମୋ କାଳିଆ ସୁନା ॥
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
