ଦେଖୁ ଅଛେ ଯେଉଁ ଓଡ଼ିଶା କୁ ଆଜି
ତାର ନୂତନ ରୂପରେ
ନଥିଲା ଉଣେଇଶ ଛତିଶ ପୂର୍ବରୁ
ଏଭଳି ମାନଚିତ୍ର ରେ ।

ଅକ୍ଲାନ୍ତ ପରିଶ୍ରମ ମଧୁବାବୁଙ୍କ
ଏହାର ଗଠନ ପାଇଁ
ପାରଳା ନରେଶ କୃଷ୍ଣ ଚନ୍ଦ୍ର ଦେଲେ
ନିଜ ହାତକୁ ବଢେଇ ।



ଦୁଇ ରଥଙ୍କ ମିଳନ ଫଳରେ
ସୁଗମ ହୋଇଲା ପଥ
ନ ରହିଲା ଆ ଉ ଓଡ଼ିଆ ମନରେ
ଭାଷା ରାଜ୍ୟ ନେ ଇ ଭୀତ ।

ନୂତନ ଓଡ଼ିଶା ଜନମ ନେଲା
ଏପ୍ରିଲ ଏକ ଉନେଇଶ ଛତିଶିରେ
ଯୁଗଜନ୍ମାଙ୍କୁ ଓଡ଼ିଆ ଜାତି ଝୁରେ
ଆଜି ଏ ପୁଣ୍ୟ ତିଥିରେ... ।






ସାଗର ପ୍ରଧାନ
ପଦାଦିଗି, ଗଞ୍ଜାମ
ଦୂରଭାଷ : ୯୧୨୪୭୭୬୨୮୭