ପ୍ରେମ ଅଗଣାରେ ତୁମେ ମୋ ତୁଳସୀ
ଯୈାବନ କୁଂଜର ରାଧା,
ସଂଜ ନଇଁଗଲେ ତୁମେ ଲୁଚିଯାଅ
ପ୍ରେମ ରହିଯାଏ ଅଧା ॥

ରଜନୀ ପଦାଂକେ ବାସ ଭରିଦିଅ
ତୁମେ ମୋ ରଜନୀଗନ୍ଧା,
ବାସର ପଲଂକେ ମନ ମୟୁରାକ୍ଷୀ
ଚଇତି ପ୍ରେମରେ ବନ୍ଧା ॥



ସୁନ୍ଦରା ଫାଟିଲେ ତୁମେ ମୋର ଉଷା
କାଖରେ ଧରି କଳସୀ,
ଗଭାରେ ସଜାଇ କଦମ୍ବ କୁସୁମ
ଗୃହେ ଚଳ ମଦାଳସୀ ॥

ନାଲି ପଣତର ଧୋବ ଆଭରଣେ
ଆଳତି ଥାଳି ସଜାଡି,
ଲକ୍ଷ୍ମୀବୋହୁ ସାଜି ପୂଜା ଦେଇଥାଆ
ଆଶିଷ ଆଣ ଅଜାଡି ॥



ରନ୍ଧନ ମନ୍ଦିରେ ଲକ୍ଷ୍ମୀମାଆ ତୁମେ
ଅମୃତ ବ୍ୟଂଜନ ରାନ୍ଧି,
ଖୁସି ବାଣ୍ଟିଥାଆ ପରିବାର ଜନେ
ହଟାଇ ଦେଇଣ ଆନ୍ଧି ॥

ସେବା ମମତାର ପ୍ରତିମୂର୍ତ୍ତି ତୁମେ
ଭାବ ପୀରତି ପସରା,
ହସହସ ମୁଖେ ସ୍ୱର୍ଗ ପାରିଜାତ
ତୁଉ ମୋ ଲୋଟଣୀ ପାରା ॥






ଗୈାରାଙ୍ଗ ଚରଣ ବେଉରା, ଶିକ୍ଷକ,
କୁଲିଆମାଲ ଉଚ୍ଚ ବିଦ୍ୟାଳୟ, କୁଲିଆମାଲ