ଫଗୁଣଟା ଆସିଲାଣି - କିଶୋର କୁମାର ପଣ୍ଡା

0
ତୁମେ ଭରିଅଛ ଫୁଲ ପାଖୁଡ଼ାରେ
ଇନ୍ଦ୍ରଧନୁର ରଙ୍ଗ
ତୁମେ ଶିଖେଇଛ ନିଆଶୀ ମନରେ
ଜୀଇଁବାର ନୂଆ ଢଙ୍ଗ ।।

ତୁମ ଆଗମନେ ପଲ୍ଲବୀତ ଏଠି
ଜୀବନର ଶୁଷ୍କ ତରୁ
ତୁମରି ଛୁଆଁରେ ଚନ୍ଦନ ମହକ
ଭାସିଆସେ ମଳୟରୁ ।।



ଜହ୍ନ ବିଞ୍ଚିଲାଣି ଶୀତଳ ଜୋଛନା
ସଜେଇ ହେଲାଣି କଇଁ
ସୁନେଲି ସପନ ସବୁରି ଆଖିର
ଇଲାକାକୁ ଯାଏ ଛୁଇଁ ।।

ମଧୁମୟ ନବ ବଧୁ ପରି ଦେଖ
ଧରଣୀ ହେଲାଣି ସଜ
ଫୁଲମାନେ ଯେତେ ଫୁଲେଇ ହେଲେଣି
ଫୁଟିଲେଣି ଛାଡି ଲାଜ ।।



ପଞ୍ଚମ ତାନରେ କୋଇଲି ଗାଉଛି
ମନକୁ ନେଉଛି କିଣି
ପ୍ରଜାପତି ଚୁପି କାନେ କହିଯାଏ
ଫଗୁଣଟା ଆସିଲାଣି ।।




କିଶୋର କୁମାର ପଣ୍ଡା
ବାଲିକୁଦା, ଜଗତସିଂହପୁର
ମୋ-୮୬୫୮୪୧୭୧୫୮

Post a Comment

0Comments
Post a Comment (0)