ଧନ କିଣି ପାରେ ଅନେକ ପୁସ୍ତକ
କିଣି ପାରେନା ଜ୍ଞାନ
ଧନ କିଣି ପାରେ ଅନ୍ୟର ଶରୀର
କିଣି ପାରେନା ମନ ।

ଧନ କିଣି ପାରେ ମନ୍ଦିର ମୂରତି
କିଣି ପାରେନା ଭକ୍ତି
ଧନ କିଣି ପାରେ ସରଗ ସୁଷମା
କିଣି ପାରେନା ମୁକ୍ତି ।



ଧନ କିଣି ପାରେ ପ୍ରସାଧନ ସାମଗ୍ରୀ
କିଣି ପାରେନା ରୂପ
ଧନ କିଣି ପାରେ ନାଟକ ଯାତରା
କିଣି ପାରେନା ତପ ।

ଧନ କିଣି ପାରେ ରୋଗର ଔିଷଧ
କିଣି ପାରେନା ଜୀବନ
ଧନ କିଣି ପାରେ ଉଚ୍ଚ ପଦବୀ ଟେ
କିଣି ପାରେନା ସମ୍ମାନ ।



ଧନ କିଣି ପାରେ ମଣିଷ ଟିଏ
କିଣି ପାରେନା ବିଶ୍ୱାସ
ଧନ କିଣି ପାରେ ସକଳ ସମ୍ପଦ
କିଣି ପାରେନା ହସ ।




ଶ୍ରୀଧର ସାହୁ, ଗଞ୍ଜାମ
ଦୂରଭାଷ : ୯୧୧୪୦୩୭୭୯୧