କ>> କଷି କଷି ଶବ୍ଦର ଗଣିତ
ମିଶାଣ, ଫେଡ଼ାଣ
ଗୁଣନ, ହରଣ
ରୁଟ, ପାଏ, ହୋଲସ୍କୋୟାର
କେହି କଣ କବି ହୋଇ ପାରେ ?
ଶବଦୋଦଧି ରେ ନିତିପ୍ରତି ବୁଡ଼ମାରି
ଶବ୍ଦ ଆଚମନ କରି ଵି
କେହି ହୋଇ ପାରେନା କଵି ॥୧॥
ବି>> ବିଷ ପରି ଲାଗେ
ଦୁନିଆର ନେଣ ଦେଣ
ସ୍ୱାମୀର ମଧୁରିଆ ଡାକ
କନ୍ୟାପଣ, ବଧୁପଣ, ମାପଣ, ସ୍ତ୍ରୀପଣ
ଅଭିନୟ ବନ୍ଦ କରି
କିଛିକ୍ଷଣ ପାଇଁ
ମଞ୍ଚରୁ ଓଲ୍ଲହାଇ ଆସିବାକୁ ହୁଏ
ଶୂନ୍ୟକାଳର ଅନ୍ୱେଷଣରେ
କେଉଁ ଅଜଣା ଯନ୍ତ୍ରଣାରେ
ଶବ୍ଦ ଗୁଡାକ ଯେମିତି
ଆଉଟୁ ପାଉଟୁ ହେଉଥାନ୍ତି
ଅଦେଖା କୋଣରେ
ଜମାଟ ବାନ୍ଧିବାକୁ
ଖୋଜୁଥାନ୍ତି ଗୋଟିଏ ନିର୍ଦିଷ୍ଟ ତାପମାତ୍ରା
ସେଇ ଉଷୁମ ଯୋଗାଡୁ ଯୋଗାଡୁ
ନିଜକୁ ପୋଡ଼ିବାକୁ ହୁଏ
ଜଳିବାକୁ ହୁଏ
ସତ୍ତାହୀନ "ମୁଁ"
"ମୁଁ" ଆଉ "ମୁଁ " ହୋଇ ରହେନା
କେଇଟା ମୁହୂର୍ତ୍ତ ପରେ
ଅନ୍ତଯନ୍ତ୍ରଣାରେ ପଦାକୁ ଆସେ ସେ
ନିଷ୍ପାପ ଶିଶୁଟିଏ ପରି
ନିଜର ସୃଷ୍ଟି ଉପରେ ପ୍ରଶ୍ନ ଆସେ?
ମଥାନତ ହୁଏ
ଇଛା ହୁଏ ଗାଇବାକୁ
କରି କରାଉ ଥାଉ ତୁହି
ତୋ ବିନୁ ଅନ୍ୟ ଗତି ନାହିଁ ॥୨॥




ଅଧ୍ୟାପିକା ସସ୍ମିତା ମିଶ୍ର
ମହନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୦୭୮୫୭୯୬୧୨