ସ୍ମିତ ହସ ସଦା ଓଠେ ରହୁ ବୋଲି
ନା ପାଇଥିଲି ସସ୍ମିତା
କିନ୍ତୁ ଏ ସମାଜ ପରିଚୟ ଦେଲା
ନାମ କୁନ୍ଦୁଲି ପୀଡ଼ିତା ।

ନିକଟ ସହରେ ଯାଇଥିଲି ଏକା
ଜଙ୍ଗଲ ପଥ ର ବକ୍ଷେ
ଫେରନ୍ତା ରାସ୍ତାରେ ଆସିମୁଁ ପଡ଼ିଲି
ନର ରାକ୍ଷସଙ୍କ ମୁଖେ ।



କାମନା ଉନ୍ମାଦ ଜଳନ ଶିଖାକୁ
କରିବାକୁ ତାଙ୍କ ତୋଷ
ନାରୀର ଭୂଷଣ ଇଜତକୁ ମୋର
କରିଦେଲେ ମିଶି ଶେଷ ।

ପୁଷ୍ପ ସମ ଅଙ୍ଗ କ୍ଷତାକ୍ତ ହୋଇଲା
ରାକ୍ଷସ କାମନା ବାଣେ
ଚିତ୍କାର ମୋହର ପ୍ରତିଧ୍ଵନି ହେଲା
କେହି ନଶୁଣିଲେ ବଣେ ।



ବିଦ୍ୟୁତ ବେଗରେ ପ୍ରଚାରିତ ହେଲା
ଗଣ ଧର୍ଷଣ ବାରତା
ଖବର ପୃଷ୍ଟାର ମୁଖ୍ୟାଂଶ ସାଜିଲା
କଥା କୁନ୍ଦୁଲି ପୀଡ଼ିତା ।

ସମାଜ ମୋଦେହେ ଆକ୍ଷେପ କରିଲା
ଲୋକେ କଲେ ପରିହାସ
ମୋ ଦୁଃଖ ଦୁର୍ଦ୍ଦଶା କେହି ନ ବୁଝିଲେ
ଜୀବନ କରିଲି ଶେଷ ।



ମିଡିଆ ପ୍ରଚାରେ ନାମ କମାଇଲେ
ମୋହରି ନାମ କୁ ନେଇ
ରାଜନୀତି ଦଳ ରାଜନୀତି କଲେ
ମୋ ଶବ କୁ କାନ୍ଧେ ବୋହି ।

ଇତିଶ୍ରୀ ପରିକା ଇତିବୃତ୍ତ ମୋର
ହୋଇଗଲା ସବୁ ଶେଷ
ଆଜିର ସମାଜେ ନ୍ୟାୟ ମିଳିଲାନି
ରହିଗଲା ଅବଶୋଷ ।






ସାଗର ପ୍ରଧାନ, ପଦାଦିଗୀ, ଗଞ୍ଜାମ
ମୋ - ୯୧୨୪୭୭୬୨୮୭