କିଛି କୁହନି ଆଉ, ମୁଁ ଜାଣିଛି ,
ସ୍ଥିର ସମୁଦ୍ରର ଭିତିରି କଥା
ଅନାବଶ୍ୟକ ନୀରବତାର
ଅସଲ ପରିଚୟ, ବୁଝିଛି
ଧୀର ପାଣି କାହିଁକି ପଥର କାଟେ ?

ତଥାପି ଯଦି, କହିବ କହିବ ବୋଲି ଭାବୁଛ
ତେବେ କହିଦିଅ, ହାଲ୍କା କର ନିଜକୁ
ଢାଳି ଦିଅ, ସାରା ଅକାଶଟା ର ବର୍ଷା
ଗୋଟିଏ କ୍ଷଣରେ,
କାଟି ଦିଅ ସମ୍ପର୍କର ଖିଅ ପଦିଏ ନା’ରେ ।



ଆଉ ପଛେଇ ପଛେଇ ଚାଲନି,
ଏବେ ପଛ କରି ଦୌଡି ପାର !
ମିଶିଯାଇ ପାର ବଢୁଥିବା ଭିଡ ଭିତରେ
ମୋ କଥା ଭାବୁଛ କି ? ଭାବନି !
ମୋ ଅପଲକ ଦୃଷ୍ଟି ତ ସେଇମିତି ରହିଥିବ
ତୁମେ ଧୀରେ ଧୀରେ ଅଦୃଶ୍ୟ ହେଇ,
ବିନ୍ଦୁ ଟିଏ ହବାଯାଏ ।




ଦିଲ୍ଲୀପ କୁମାର ତ୍ରିପାଠୀ
ଢ଼େଙ୍କାନାଳ, ପର୍ଜଙ୍ଗ
ଦୂରଭାଷ- ୯୯୧୬୦୬୫୮୬୬