ଆସିଛି ଫଗୁଣ ହୋଲି
ସରାଗରେ ଥରେ ବୋଳିଦିଅ ରଙ୍ଗ
ସବୁ ହେଇଯିବ ନାଲି !!
ମନରେ ରଖିଛ କି'ଅବା ଭୁଲିଛ
ରଙ୍ଗଭରା ସେଇ ଦିନ
ବୋଳିଥିଲି ସାତ ରଙ୍ଗ ଟିକେ ଟିକେ
କରିଥିଲ ବୋଲି ମାନ !!
ଏକା ଏକା ଲାଗେ ଦୁନିଆଟା ଆଜି
ହୃଦୟେ ଅଜଣା କୋହ
ମନରେ ତନରେ ଭରିଦେଇ ରଙ୍ଗ
ହଜିଗଲା ତୁମ ମୁହଁ !!
ଆଜି ବି ଖେଳୁଛ ହୃଦୟରେ ହୋଲି
ଭିଜାଇ ପୀରତି ରଙ୍ଗେ
ଭୁଲିବି କେମିତି ଅବିର ଛିଟାରେ
ଭିଜିଥିଲି ଅଙ୍ଗେ ଅଙ୍ଗେ !!
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
