ଭାବାବେଗ - ବରଦା ପ୍ରସାଦ ରଥ

0
ବରଦା ପ୍ରସାଦ ରଥ, ରାୟଗଡା

ବିଶ୍ଵାସରେ ପୂର୍ଣ୍ଣ ଥିଲା ଏଇ ହୃଦୟ
ବଚନରେ ବାଧାସୃଷ୍ଟି ହେଲେ ମଧ୍ୟ
କେଜାଣି କାହିଁକି ମନେ ପଡେ
ସବୁବେଳେ....
ଅଜଣା ବ୍ୟକ୍ତି ସହିତ କଥା ହେଉଛ
ବୋଲି ଅଭିଯୋଗ ହୁଏ,
କିନ୍ତୁ..
ମୁଁ ଜାଣିପାରେନି
କଥାରେ ଆନନ୍ଦ ପାଉଥିବା ଲୋକଟି
କେମିତି ରହିପାରେ ଚୁପଚାପ୍ ॥
ଭଲ ପାଇବାର ମାନେ ନୁହଁ,
ନିଜର ବ୍ୟକ୍ତିତ୍ଵକୁ ଜଳାଞ୍ଜଳି ଦେବା,
ଭଲପାଇବା ଏପରି ଏକ ମଞ୍ଜି,
ବୃକ୍ଷରେ ପରିଣତ ହେବାପାଇଁ
କ୍ଷେତ୍ର ହେଉଛି ମଣିଷର ହୃଦୟ,
ସ୍ଵାର୍ଥାନ୍ଧ ମାନଙ୍କର ହୃଦୟରେ ଭଲ ପାଇବାର
ମଞ୍ଜି କେବେ ଅଙ୍କୁରିତ ହୁଏନାହିଁ ॥
ଆନ୍ତରିକତାର ଆଡିବନ୍ଧକୁ ଭାଙ୍ଗି ଦେଇଥିବା
ଦୀର୍ଘଶ୍ଵାସ...
ଦିନେ ତିଆରି କରିବ
ସମାଧିର ତାଜମହଲ.....

Post a Comment

0Comments
Post a Comment (0)