କୁଲିଆମାଲ ଉଚ୍ଚ ବିଦ୍ୟାଳୟ, କଳାହାଣ୍ଡି
କଳ୍ପନାର ନେତ୍ରେ କାଳ ପ୍ରତି ସ୍ରୋତେ
ରୂପ ପରଖେ ତୁମର,
ଭାବନାର ସ୍ରୋତେ ଭାସିଯାଏ କେତେ
ଅଲିଭା ସ୍ୱପ୍ନ ଆମର ॥
ମନ ବୃନ୍ଦାବନେ ବଇଁଶୀ ବଜାଇ
ଦେଖୁଥିଲି ତୁମ ରୂପ,
ପ୍ରେମ ଯମୁନାରେ ବୁଡି ଯାଉଥିଲ
ଦେଇ ପ୍ରୀତି ଅଭିଶାପ ॥
ତରଙ୍ଗ ଜଳରେ ଦେଖୁଥିଲି ତୁମ
ପ୍ରୀତିଫୁଲ ଅବୟବ,
କାମନା ନିଆଁରେ ପୋଡି ଯାଉଥିଲି
ସ୍ମୃତି ଥିଲା ଅସମ୍ଭବ ॥
ଯୈାବନ ବୀଣାରେ ଗାଉଥାଅ ନିତି
କୋକିଳର କୁହୁତାନେ,
ମଧୁ ମଳୟରେ ପ୍ରୀତି ଝରଣାରେ
ଝିଂକାରିର ଶୁଭ ତାଳେ ॥
ସଂଜ ନଇଁଗଲେ ତୁମେ ଫୁଟିଉଠ
ଫୁଟାଇ ପ୍ରୀତି ମହକ,
ମୁଁ ମଧୁମକ୍ଷୀ ତୁମ ମହକରେ
ପିଉଥାଏ ମଧୁ ରସ ॥
ବର୍ଦ୍ଧିତ ରାତ୍ରୀର ତୁମେ କାମଧେନୁ
କାମ ସବାରୀ ମଲ୍ଲିକା,
ଅଂକେ ପ୍ରୀତି ଦେଇ ମୁଖେ ପ୍ରୀତି ନେଇ
ଅନ୍ଧକାରେ ଦିଅ ଦେଖା ॥
ପୀରତି କୁଂଜରେ ପୀରତି ନିଶାରେ
ପୀରତି ପଶାଖେଳରେ,
ହାରିଯାଅ ତୁମେ ହାରିଯାଏ ମୁହିଁ
ରାତି ଶେଷ ପ୍ରହରରେ.....???
0 Comments
You can write now your valuable comments here. Off-topic comments may be removed or deleted without prior notice.