ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ
ଜା:- ଜାଗ ବୀରଗଣେ ଧରଣୀ ବକ୍ଷରୁ
ପାପରାଶି କର କ୍ଷୟ
ଅକ୍ଷୟ ହେଉ ଏ ପୂଣ୍ୟ ଜଗତେ
ଯୁଗେଯୁଗେ ଧର୍ମଜୟ....
ନୁ:- ନୂଆ ଭାବନାକୁ ଜାଗାଦିଅ ମନେ
ବିଦ୍ରୋହ ହେଉ ବୈଶାଖୀ
କର ଅବା ମର ନୀତିକୁ ଆଦର
ଅତୀତକୁ କରି ସାକ୍ଷୀ......
ଆ:- ଆଗାମୀ ଭବିଷ୍ୟ ତୁମଠି ନିହିତ
ଗାନ୍ଧିଙ୍କର ରାମରାଜ୍ୟ
ହାତେ ହାତ ମେଳ ଏକତାହିଁ ବଳ
ନ' ହାର ସାହସ ଧୈର୍ଯ୍ୟ....
ରୀ:- ରୀତିନୀତି ସବୁ କଡ଼ ଲେଉଟିଛି
ଜରାଜୀର୍ଣ୍ଣରେ ଜନନୀ
ପରାଧିନତାର ଆର୍ତ୍ତ ଚିତ୍କାରରେ
ଭିଜାଏ ନୟନ ବେନି....
ଛ:- ଛବିଶି ତାରିଖ ଭଲକି ପରଖ
ପୂର୍ଣ୍ଣ ସ୍ଵରାଜ ଦିବସ
ସ୍ଵାଧିନର ଅର୍ଦ୍ଧ-ଶତାବ୍ଦୀ ପରେ'ବି
ଅସହାୟ ଅବଶୋଷ.....
ବି:- ବିଗତ ଦିନର ବାଜିରାଉତ ସେ
ବାର ବରଷର ଛୁଆ
ଦେଶ ଜାତି ପାଇଁ ଦେଲା ବଳିଦାନ
ହୃଦୟେ ଲଗାଇ ନିଆଁ...
ଶି:- ଶିକ୍ଷା ଦୀକ୍ଷା ତୁମ ଅଟଇ ଅନନ୍ୟ
ମୂଳମନ୍ତ୍ର ଅହିଂସାର
ସ୍ଵାଧିନ ସୂରୁଯ ପରାଧୀନ ପରାଗେ
ବେଳୁହିଁ ଉଧାର ବୀର.....
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ସଂଗ୍ରହାଳୟ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.