ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳାଯୋଡି, ଖୋରଧା
ବିଶ୍ଵବଲ୍ଲଭ ବାରେ ଶୁଣିମା ହେଉ
ବିପତ୍ତି ମାଡିଆସେ ଯେନସନେ ରାହୁ
ବିକଟ ରୂପଧରି ବିଷାଦ ଘୋର
ବିସ୍ତାରି ଯାଏ ଦେଖ ନାହିଁ ନିସ୍ତାର ହେ ।
ବାତାୟୁ ବିଘ୍ନ ଦୂରକାରୀ ଠାକୁର
ବିପାକେ ପଡି ଡାକେ ହୋଇ ବିଧୁର
ବିଳାପ ମୋର କିବା କର୍ଣ୍ଣେ ନଶୁଭେ
ବଧିର ହେଲ କିମ୍ପା ମୋ ପାଇଁ ଏବେ ହେ ।
ବୈଭବ ବୈଜୟନ୍ତ ପରା ଉଡାଅ
ବୈମାତ୍ରେୟ ସମାନ କିମ୍ପାଇଁ ହୁଅ
ବିବେକ ହଜିଯାଏ ବିବଶ ହୁଏ
ବିଭୀଷିକା ବେଦନା ଛନ୍ଦି ପକାଏ ହେ ।
ବାର୍ଦ୍ଧକ୍ୟ କାଳେ ଭୋଗେ ଏମନ୍ତ ଦୁଃଖ
ବ୍ୟାକୁଳ ଚିତ୍ତେ ଡାକେ ଶୁଣ ରାଘବ
ବନମାଳି ବନ୍ଦନା କରେ ପ୍ରଫୁଲ
ବିକଳ ଡାକ ମୋର ଶୁଣ ସତ୍ଵର ହେ ।
(ଶବ୍ଦାର୍ଥ : ବାତାୟୁ - ମୃଗୁଣୀ)
ବିକଳ ଡାକ ମୋର ଶୁଣ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
December 09, 2017
0
