ଶ୍ରୀ ଅରବିନ୍ଦ ବିଦ୍ୟା ମନ୍ଦିର, ଗୋବିନ୍ଦପୁର, ଢେଙ୍କାନାଳ
ଗ୍ରୀଷ୍ମର ଶେଷେ ଏ ଧରା ବକ୍ଷକୁ
ଆସଇ ଯେବେ ବର୍ଷା
ପୁଲକିତ କରେ ସବୁରି ପ୍ରାଣ
ମନେ ଭରିଦେଇ କେତେ ଆଶା ॥
ଗ୍ରୀଷ୍ମ ଦାରୁଣ କଷ୍ଟ ମନୁ ଲିଭିଯାଏ
ପାଇ ବର୍ଷାର ପରଶ
ସତେ ଅବା ମିଳିଗଲା ସରଗର ସୁଖ
ହୋଇଗଲା ଅପେକ୍ଷାର ଅନ୍ତ ॥
ତା ପହିଲି ଛୁଆଁରେ ଥିଲା ମହୁଲୀର ନିଶା
ସର୍ବେ ହେଲେ ମତୁଆଲା
ମନରେ ନଥିଲା କିଛି
ନାଚି ଗାଇ କରୁଥିଲେ ହୋ ହାଲ୍ଲା ॥
ବେଙ୍ଗୁଲୀର କେଁ କଟର ଝିଙ୍କାରୀର ରିମଝିମ ଶବ୍ଦ
ରାତ୍ରିର ନୀରବତାକୁ କରୁଥିଲା ଭଙ୍ଗ
ତଥାପି କାହାର ନଥିଲା ନିଘା
ସେମାନେ ହେଉଥିଲେ କେତେ ରଙ୍ଗ ॥
0 Comments
You can write now your valuable comments here. Off-topic comments may be removed or deleted without prior notice.