ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡ଼ା ବ୍ଳକ, ଗଞ୍ଜାମ

ମଧୁ ମାଳତୀର ମଧୁଶାଳା ପଥେ
ପଥିକ ମୁଁ ପଥହରା
ମୋ ପ୍ରେମ ଶେଫାଳୀ ଯାଇଛି ମଉଳି
ପ୍ରେମଗୀତି ଛନ୍ଦହରା …

ମନସ୍ତାପେ ବସି ଅଶ୍ରୁ ନିଗାଡଇ
ପ୍ରଭାତୁ ହୁଅଇ ସଞ୍ଜ
ହୃଦୟ ବିବର ସ୍ମୃତି ଭରପୁର
ଶିରେ ପଡଇ ଅମ୍ବୁଜ …

ଲାଗେ କାଇଁ ଆଜି ପ୍ରେମ ମରିଚୀକା
ବଇଶାଖି ଟାଣ ଖରା
ଝୁରିଝୁରି ନିଶି ଉଜାଗରେ ବିତେ
ନୟନୁ ନ ସୁଖେ ଧାରା…