
ଡେରି କାହିଁ କରୁଅଛ ଜଗତର ପତି
ରଥ ତିନି ସଜବାଜ ବିଜେ ହୁଅ ନୀତି
ଡେରି କାହିଁ କରୁଅଛ....॥୦॥
ଘଣ୍ଟ ବାଜେ ଖୋଳ ବାଜେ ଶୁଭିଲାଣି ତୂରୀ
ହରିବୋଲ ହୁଳହୁଳି ଉଛୁଳୁଛି ପୁରୀ,
ଗହଳିରେ ଚାହିଁଛନ୍ତି ଯେତେ ନର ନାରୀ
ହଲି ହଲି ଟାହିଆରେ ଆସ ଦଇତାରି,
ଭାଇ ସାଥେ ଭଉଣୀଙ୍କୁ ଦେଖିବାରେ ମତି
ଡେରି କାହିଁ କରୁଅଛ....॥୧॥
ଚକାଡ଼ୋଳା କରୁଣାର ମୋହନିଆ ବେଶ
ଅଧରରୁ ଝରୁଥିବ ମଧୁରିଆ ହସ,
ଭକତ ଯେ ଶାନ୍ତି ହେବେ କଟିଯିବ ଦୋଷ
ଆହେ ପ୍ରଭୁ ନୀଳାଦ୍ରୀଶ ମହୋତ୍ତମ ଯଶ,
ଅରକ୍ଷର ରକ୍ଷଣକୁ ଶୁଣୁଥିବ ସ୍ତୁତି
ଡେରି କାହିଁ କରୁଅଛ....॥୨॥
ରାଜ ରଣପୁର, ଜିଲ୍ଲା-ନୟାଗଡ଼, ଓଡ଼ିଶା
ଦୂରଭାଷ- ୯୩୪୮୦୫୪୩୦୦
VOL.IX, ISSUE.VI, JUNE-2025
Published By Banamallira Mahak