
ସବା ପଛରେ ଥିବା ଲୋକଟି ସବା ଆଗକୁ ଆସିଯାଏ
ମନ ବଦଳିଗଲେ
ଘୃଣା କରୁଥିବା ଲୋକଟି ବି ଖୁବ୍ ଆପଣାର ହୋଇଯାଏ।
ଝିଅଟି ମୋତେ ଖୁବ୍ ଭଲଲାଗେ..
ଭଲଲାଗେ ବୋଲିତ ଜାଣିଶୁଣି ଛିଗୁଲେଇ ହୁଏ ତା' ସହ, ଚିଡାଏ ଏଣୁତେଣୁ କହି
ହାଡ଼ଭଙ୍ଗା ଶୀତରେ ବି ପାଣି ଛିଞ୍ଚିଦିଏ ତା' ଉପରେ ।
ତା'ର ଇଂରାଜୀ ଭଲ ହୁଏନା
ଅଥଚ ପରୀକ୍ଷା ପୂର୍ବ ଦିନ ଶୋଇଥିଲା ନିଘୋଡ଼ ନିଦରେ
ମୁଁ ଟିକେ ପାଣି ଛିଞ୍ଚିଦେଲି ତା' ମୁହଁରେ
କହିଲି, ଉଠ୍.. ଇଂରାଜୀ ଘୋଷ୍...କାଲି ପରୀକ୍ଷା..
ସେ ରାଗିଗଲା ଭୀଷଣ ଭାବରେ ଶୀତକୁ ସହି ନପାରି
ରାଗିଗଲା ଯେ...ରାଗିଗଲା.. ପୁରା ରାଗିଗଲା
ବିତିଗଲା ଅନେକ ଶୀତ,ବର୍ଷା,ବସନ୍ତ..
ମୋ' ଜୀବନ ନିଃସଙ୍ଗ... ।
ଏଇ କେତେ ଦିନ ତଳେ..
ହାଡ଼ଭଙ୍ଗା ଶୀତରେ ଥରୁଥିଲା ବେଳେ
ରାତି ଏଗାରଟାରେ ଗୋଟେ ଅଜଣା ନମ୍ବରରୁ
କଲ୍ ଆସିଲା ମୋ' ମୋବାଇଲରେ ।
ଝିଅଟିଏ କହିଲା, ମୋତେ କ୍ଷମା କରିଦେ ସତ୍ୟ..
ମୁଁ ପ୍ରୀତିପର୍ଣ୍ଣା ।
ସେଦିନ ଟିକେ ପାଣି ଢାଳିଥିଲୁ ବୋଲି ରାଗିଥିଲି ସିନା
ଜାଣିଛୁ.. ମୁଁ ଆଜି ଜଣେ ଇଂରାଜୀ ଅଧ୍ୟାପିକା !
କ୍ଷମା ମାଗିବା ପାଇଁ ଅନେକ ଖୋଜିଲି ତୋତେ..
ପାଇଲିନି..
ଆଜି ଗୋଟେ ପୁରୁଣା 'ସମାଜ' ପେପରରୁ ତୋ' କବିତା ସହ ଫୋନ ନମ୍ବର ପାଇ ଫୋନ କଲି
କାନ ଧରୁଛି... ପ୍ଲିଜ୍ କ୍ଷମା କରିଦେ ମୋତେ ।
ଖୁସି ହେଲି ମୁଁ
ଯେଉଁ ଶୀତ ଆମ ସମ୍ପର୍କ ଭାଙ୍ଗିଥିଲା ସେହି ଶୀତରେ
ଯୋଡ଼ି ହୋଇଗଲା ଆମ ସମ୍ପର୍କ ପୁଣିଥରେ ।
ଏବେ ମୁଁ ପୂରା ଜଡସଡ଼୍ ପ୍ରୀତିପର୍ଣ୍ଣାର ପ୍ରେମରେ
ଶୀତକୁ ଖାତିର କରିବି କ'ଣ ଯେ !
ଏବେ ସବୁଦିନ ଫୋନ କରୁଛି ସେ..
ଏଇତ ମୋ' ମୋବାଇଲ ରିଙ୍ଗ ହେଲାଣି
ପ୍ରୀତିପର୍ଣ୍ଣା ଫୋନ କରିଛି ବୋଧେ...
ରହୁଛି.....।
ଶ୍ରୀ ସତ୍ୟବ୍ରତ ସାହୁ
ପଲ୍ଲାସାହି, କମାଳପୁର,
ଅହିୟାସ, ଯାଜପୁର-୭୫୫୦୩୬
ମୋ- ୯୩୩୮୧୬୫୬୧୯
0 Comments
You can write now your valuable comments here. Off-topic comments may be removed or deleted without prior notice.