ଏ ପଶ୍ଚିମା ର ତାତି 
ନା  ଉତ୍ତରା ପଵନ
କେଜାଣି ଵୁଝି ହୁଏନି
ଏଇ ହୃଦୟର ସ୍ପନ୍ଦନ 
ନୀରଵ ରହୁଛି କାହିଁ.....
ତୁମକୁ ପଚାରିବାର ଥିଲା ଵହୁତ କଥା 
ଟିକେ ଶୁଣିଯିବ
ଯଦି, ତମ ପାଖେ ଏମିତି ସମୟ ଥାଏ 
ଆସିବତ  !
ଦେଖା ହେଵ ଦିନ ଆଲୁଅରେ  .....

ଏ ପୃଥିବୀର ଛାୟା
ନା  ଚିତ୍ରିତ ଭୂଗୋଳ 
କେଉଁଠି ଖୋଜି ପାଉନି
ଏତେ ଯାକର ଛଵି ଗୁଡା
ସତରେ ଅସ୍ପଷ୍ଟ ଲାଗୁଛି ସଵୁ....
ତମ ଠୁ ଜାଣିବାର ଥିଲା ଅନେକ ଉତ୍ତର 
ଟିକେ ଶୁଣିଯିଵ
ଯଦି, ଭାଵୁଥାଅ ନିଜର ମୋତେ ଵୋଲି
ଆସିଵତ  !
ଡାକୁଛି ମୋ ପ୍ରୀତିର ସହର......... 

ଏ ନିଧାର୍ଯ୍ୟ ର ଵେଳ
ନା  ଅପେକ୍ଷାର ଵ୍ୟଥା
କେମିତି ଛଂଦି ହେଉଛି
ଏଠି ସାରା ଶରୀରରେ ମୋର
ନିଜକୁ ମୋହ ଶୂନ୍ୟ କରିଦେଲି ମୁଁ ....
ତୁମକୁ କହିଵାର ଥିଲା ଆପଣା ପଣରେ
ଟିକେ ଶୁଣିଯିଵ
ଯଦି ,ମନ କୁହେ ଦେଖିବାକୁ ମୋତେ
ଆସିଵତ  !
ରଖିଦେଵି ଆଖିର ଫର୍ଦ୍ଦରେ.........

ଅନିତା ରାୟ, ଭୁବନେଶ୍ବର