
ଏ ଜଗତେ ମୃତ୍ୟୁ ଯେମିତି ସତ୍ୟ ,ଜନ୍ମ ଯେମିତି ସତ୍ୟ, ଦିନରାତି ସତ୍ୟ,ଉଦୟ ଅସ୍ତ ସତ୍ୟ,କ୍ଷୟ ବୃଦ୍ଧି ସବୁ ସତ୍ୟ।ସତ୍ୟ କେବେ କେଉଁଠି ଲୁଚି ରହି ପାରେନାହିଁ।ଯାହା ହେଲେ ମଞ୍ଜିରୁ ଅଙ୍କୁରୋଦଗମ ଯେପରି ହେବା ସତ୍ୟ ସେଭଳି ମିଥ୍ୟାର ପରଦା ସତ୍ୟ ଉପରେ ଯେତେ ଢାଙ୍କିଲେ ବି ସେ ସତ୍ୟ ଫୁଟି ବାହାରି ଥାଏ।ଜଣେଇ ଦିଏ ଜନ ସମାଜ ଆଗରେ ।କାହିଁକି ନା ସତ୍ୟ ଚିର ସୁନ୍ଦର।ଚିର ଶାଶ୍ଵତ ।ମିଥ୍ୟାର ପରଦା ଯେତେ ଟାଣ ହୋଇଥାଉନା କାହିଁକି, ମିଥ୍ୟାର କଳା ଅନ୍ଧାର ସତ୍ୟର ଶୁଭ୍ରାଲୋକକୁ ଢାଙ୍କି ଲୁଚେଇ ପାରିବ ନାହିଁ ।ଏହି ସତ୍ୟକୁ ଉନ୍ମୋଚନ ପାଇଁ କେତେବେଳେ ଜେମସ ବଣ୍ଡ ,କରମଚାନ୍ଦ ଜାସୁସ,ଟିଣ୍ଟିନ ,ବ୍ୟୋମକେଶ ଭଳି ରହସ୍ୟମୟ ଗୁପ୍ତଚର ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ସେମାନେ ସର୍ବଦା ଆସୁଥିଲେ, ଆସୁଛନ୍ତି ଆଉ ଆସିବେ ମଧ୍ୟ ।
ହଠାତ ଦିନେ ଗାଆଁକୁ ପୋଲିସ ଆସିଥାନ୍ତି ।ସମସ୍ତଙ୍କ ଘରେ ଘରେ ନାନା କଥା ପଚରା ଉଚରା ସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ବିଷୟରେ ପଚାରି ବୁଝୁଥାନ୍ତି ।କାଳେ ଉପର ମହଲାରୁ କଡା ତାଗିଦ ହୋଇଛି ଯେ ଅଭିଯୁକ୍ତଙ୍କୁ ଧରିବା ପାଇଁ । ରାମୁଲୁ ସେଦିନ ସେ ଗାଁ ବରଗଛ ମୂଳରେ ବସିଥାଏ।ରାମୁଲୁକୁ ଯିଏ ଦେଖେ ପାଗଳ ବୋଲି କହେ ।କିନ୍ତୁ ପୋଲିସ ବାବୁମାନେ ଗାଡ଼ିରେ ବସି ଗାଆଁ ଭିତରକୁ ଯିବାର ସେ ଦେଖିଥିଲା।ତେଣୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ବସିଥାଏ, ଯେମିତି ପୋଲିସ ବାବୁ ଆସିଲେ ସିଧା ଗାଡ଼ି ଆଗକୁ ଚାଲିଆସି ସବୁକଥା ଗଳଗଳ ହୋଇ କହିଗଲା ।ଆଜ୍ଞା ଠାକୁର ମନ୍ଦିରରୁ ଦଶଟି ମୂର୍ତ୍ତି, ଅଳଙ୍କାର, ଠାକୁର ବାସନ କୁସନ ସବୁ ଏ ଗାଆଁର ଧନୀଲୋକ ଗଣରେ ଗଣ୍ୟ ରାମନାରାୟଣ ବାବୁ ତିରିଶ ଜଣ ଲୋକଙ୍କ ସହ ମିଶି ଗାଡ଼ିରେ ଭର୍ତ୍ତି କରି ପାଞ୍ଚଲକ୍ଷ ଟଙ୍କା ନେଇ ଦେଇ ଦେଇଛନ୍ତି । ବାସ୍, ତା ପରେ ତନାଘନା ଆରମ୍ଭ ହୋଇଥିଲା । ରାମନାରାୟଣ ବାବୁଙ୍କୁ ଧରି ସବୁକଥାର ସତ୍ୟତା ସାମନାକୁ ଆସିଲା।ନଖିନାନୀ ଝିଅ ସମେତ ଗାଆଁରୁ ନଜଣ ଝିଅ ଙ୍କ ଚୋରା ଚାଲାଣ, ସୁରେଶ ଜୁଏଲରୀ ଦୋକାନର ଚୋରି ସୁନା ଅଳଙ୍କାର ଇତ୍ୟାଦି ସବୁ ଘଟଣାର ପରଦା ଉଠିଲା ।କିଛି ଉଦ୍ଧାର ହେଲା କିଛି ହୋଇ ପାରିଲା ନାହିଁ ସଜ । ହେଲେ ସେଦିନର ସେହି ଶୈଶବର ବୟସର ଗୁପ୍ତଚର ବୋଲାଉଥିବା ରାମୁଲୁ ଏବେବି ସେହିଭଳି ରହିଛି ।ଦେଉଛି ପୋଲିସ ପ୍ରଶାସନକୁ ବିଭିନ୍ନ ଗୁପ୍ତ ସମ୍ବାଦ ।ପୋଲିସ ମହଲରେ ସେ ଜଣେ ବଡ଼ ଅଫିସର।ସାଧାରଣ ଲୋକଙ୍କ ଆଖିରେ ପାଗଳା ରାମୁଲୁ ।