ତୁମେ ନାଉରିଆ ମୁଁ ଏକା ତରଣୀ - ପ୍ରଦୀପ କୁମାର ପ୍ରଧାନ

0
ତୁମେ ନାଉରିଆ ମୁଁ ଏକା ତରଣୀ
ଏହି ଭବ ପାରବାରେ,
ପାରି କରି ଦିଅ ତରଣୀ ଟି ମୋର
ମଙ୍ଗୁଆଳ ସାଜି ଥରେ ।।

ଆସୁ ଯେତେ ଝଡ଼ ଅଦିନ ତୋଫାନ
ତହିଁ କୁ ନାହିଁ ମୋ ଡର,
ତୁମରି କରୁଣା କେଭେ ନୋହୁ ଊଣା
ଆଶ୍ରା ଥାଉ ଶ୍ରୀ ପୟର ।।

ପ୍ରଦୀପ କୁମାର ପ୍ରଧାନ
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର

Post a Comment

0Comments
Post a Comment (0)